ଜହ୍ନlପଙ୍କ,୨୯/୭: ମଙ୍ଗଳବାର ସକାଳ ସମୟରେ ୫୭ନଂ ଜାତୀୟ ରାଜପଥର ବୌଦ୍ଧ ଥାନା ପୋଡାବଲସ ଛକ ନିକଟରେ ବୋଲେରୋ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବୌଦ୍ଧ ସ୍ବାସ୍ଥ୍ୟ ବିଭାଗରେ ଭଡ଼ାରେ ଲାଗିଥିବା ଏକ ବୋଲେରୋ କିଛି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନେଇ ବାଉଁଶୁଣୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲା । ଏହି ସମୟରେ ସାହାଜପାଲ ପଟୁ ବୌଦ୍ଧ ଆଡକୁ ଆସୁଥିବା ଏକ ବାଇକ ସହ ପୋଡାବଲସ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ବାଇକ ଆରୋହୀ ବାଉଁଶୁଣୀ ଥାନା ଜାଲେଇ ଗ୍ରାମର ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ୍ ଯୋଗେ ବାଉଁଶୁଣି ଡ଼ାକ୍ତରଖାନା ପଠାଇଥିଲେ l ଖବରପାଇ ଜହ୍ନାପଙ୍କ ଫାଣ୍ଡି ପୋଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।