ପ୍ରମୂଖ ଖବର
  • କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡିଯାଇ ୩ ଯୁବକ ମୃତ
  • ||
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର

Published By : Bijay Swain | August 10, 2025 11:54 PM

ସାଲେଭଟା,୧୦/୮: ବରଗଡ-ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ ଚେରୁପାଲି ସ୍କୁଲ ସମ୍ମୁଖରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । 

ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସାଲେଭଟା ଗ୍ରାମର କାଳୀଚରଣ ନାଗ (୩୪ ବର୍ଷ) ଡୁଙ୍ଗୁରିପାଲି ରେଳ ଷ୍ଟେସନରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି । ସବୁ ଦିନ ଭଳି ସେ ଆଜି ମଧ୍ୟ କାମ ସାରି ଘରକୁ ଫେରୁଥାନ୍ତି । ତେବେ ଆଜି ସଂଧ୍ୟା ୮ଟାରେ କାଳୀ ଚରଣ ଘରକୁ ଫେରୁଥିବା ବେଳେ ଚେରୁପାଲି ନିକଟରେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁଶାମାଲ ଗ୍ରାମର ଦନାର ଘିବେଲାଙ୍କ ଦୁଇପୁଅ ସୁଜିତ ଓ ଅଜିତ କୌଣସି କାମରେ ଅପରପାର୍ଶ୍ୱରୁ ଘରକୁ ଫେରୁଥିଲେ । ଚେରୁପାଲି ସ୍କୁଲ ସମ୍ମୁଖରେ ଉଭୟ ବାରକ ମଧ୍ୟରେ ମୁହଁ ମୁହିଁ ଧକ୍କା ହୋଇଥିଲା । ଫଳରେ ସମସ୍ତେ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଏବଂ ପରିବାର ପକ୍ଷରୁ ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଡାକ୍ତରଖାତାକୁ ନିଆଯାଇଥିଲା । ଡାକ୍ତରଖାନାରେ କାଳୀଚରଣ ନାଗକୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କର ଛାତିରେ ମାଡ ହୋଇଥିବା ସହ ମୁଣ୍ଡର ପଛରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଅନ୍ୟ ୨ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସେମାନଙ୍କୁ ଅଧ‌ିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଉଛି। 

ମୃତକଙ୍କ ସମ୍ପର୍କରେଖବର ପାଇ ସେମାନଙ୍କ ସଂମର୍କୀୟମାନେ ଡାକ୍ତରଖାନରେ ପହଞ୍ଚି ଥିଲେ । ଡାକ୍ତରଖାନା ପରିବେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତକଙ୍କ ୨ଟି ଛୋଟ ପିଲା ଥିବା ନେଇ ସୂଚନା ମିଳିଛି । ତେବେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଜାରି ରଖିଛନ୍ତି । ଆସନ୍ତାକଲି କାଲି ଶବ ବ୍ୟାବଚ୍ଛେଦ ପାଇଁ ବିନିକା ପଠାଯିବ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.