ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଆପଣ ବି ଗାଜର ଖାଉଛନ୍ତି କି? ମିଳିଥାଏ ଏହିସବୁ ଫାଇଦା

Published By : Anindita | November 9, 2024 12:07 PM

ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୁର ଗାଜର  । କଞ୍ଚା ଗାଜରରେ ଭିଟାମିନ-ଏ, ଭିଟାମିନ-ସି,ଭିଟାମିନ-କେ, ପୋଟାସିୟମ, ଆଇରନ, କ୍ୟାଲେସିୟମ ଭଳି ଜରୁରୀ ପୋଷକ ତତ୍ତ୍ବ ରହିଥାଏ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି ଇମ୍ୟୁନିଟି ବଢାଇବା ଯାଏଁ କାମ କରେ । କୋଲେଷ୍ଟ୍ରଲ କମ୍ କରି ଆମର ହୃଦୟ ମଧ୍ୟ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ଗାଜର ଖାଇଲେ ଆମକୁ କଣ ସବୁ ଫାଇଦା ମିଳିଥାଏ। 

ଦୃଷ୍ଟିଶକ୍ତି ବଢାଏ: ଗାଜର ଭିଟାମିନ-ଏର ଏକ ଭଲ ଉତ୍ସ । ଏହା ଆଖିର ରେଟିନା ମଜଭୁତ କରିବାରେ ସାହାଯ୍ୟ କରିବା ସହ ଦୃଷ୍ଟିଶକ୍ତି ବଢାଏ । ଗାଜରରେ ବିଟା-କେରୋଟିନ ଭଳି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଆଖିକୁ ଅକ୍ସିଡେଟିଭ ଚାପରୁ ସୁରକ୍ଷା ଦେଇଥାଏ। 

ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରିବା: କଞ୍ଚା ଗାଜର ରସ ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ । ପ୍ରତିଦିନ ଗୋଟିଏ ଗାଜର ଖାଇବା ଦ୍ବାରା ଶରୀରକୁ ଜରୁରୀ ପୋଷକ ତତ୍ତ୍ବ ମିଳେ, ଯାହା ରୋଗ ସହ ଲଢିବାର କ୍ଷମତା ବଢାଏ । ଏଥିରେ ଥିବା ଭିଟାମିନ ଇମ୍ୟୁନିଟି ସିଷ୍ଟମ ମଜଭୁତ କରି ଆମକୁ ସୁସ୍ଥ ରଖେ ।

କୋଲେଷ୍ଟ୍ରଲ କଣ୍ଟ୍ରୋଲ: ଗାଜର ଜୁସ୍ ପିଇଲେ କେବଳ ଓଜନ ହ୍ରାସରେ ସହାୟକ ହୁଏନି ଏଥିସହ ଆପଣଙ୍କ ହୃଦୟ ବି ସୁସ୍ଥ ରହେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରଲ ସ୍ତର କମ୍ କରି ହୃଦରୋଗ ଆଶଙ୍କା କମାଇଥାଏ । କଞ୍ଚା ଗାଜରରେ ଥିବା ପୋଟାସିୟମ ରକ୍ତଚାପ ବା ବ୍ଲଡପ୍ରେସର ହ୍ରାସ କରିବାରେ ସାହାଯ୍ୟ କରେ।

ଓଜନ ହ୍ରାସ: ଓଜନ କମାଇବାକୁ ଚାହୁଁଥିବା ଲୋକେ ଗାଜର ଜୁସ୍ ପିଇବା ଲାଭଦାୟକ । ଏହା କେବଳ ଓଜନ ହ୍ରାସରେ ସହାୟକ ହୁଏନି ସ୍ବାସ୍ଥ୍ୟ ମଧ୍ୟ ଭଲ ରଖେ । ଏଥିରେ ଫାଇବର ଥିବାରୁ ଭୋକ ନିୟନ୍ତ୍ରଣ କରେ । ଫଳରେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇନଥାଏ । ସେହିପରି ଏଥିରେ କ୍ୟାଲୋରୀ ମାତ୍ରା ଖୁବ୍ କମ୍ ଥିବାରୁ ବିନା କିଛି ସମସ୍ୟାରେ ଓଜନ କମ୍ କରିପାରିବେ ।

ବ୍ଲଡପ୍ରେସର ନିୟନ୍ତ୍ରଣ:  କଞ୍ଚା ଗାଜରରେ ପ୍ରଚୁର ପୋଟାସିୟମ ମିଳେ । ଏହା ଶରୀରରେ ସୋଡିୟମ ସ୍ତର ସନ୍ତୁଳିତ କରିବାରେ ସାହାଯ୍ୟ କରେ । ସୋଡିୟମ ବ୍ଲଡପ୍ରେସର କମ୍ କରିବାରେ କାମ କରେ । ଏହାବ୍ୟତୀତ କଞ୍ଚା ଗାଜରରେ ଅଧିକ ଫାଇବର ଥାଏ । ଏହା ପାଚନରେ ସୁଧାର ଆଣେ ଓ ଶରୀରରେ କୋଲେଷ୍ଟ୍ରଲ କମ୍ କରେ ।












  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.