ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୪୦ ପରେ ମହିଳାଙ୍କ ପାଇଁ ସୁପରଫୁଡ,ଖାଆନ୍ତୁ ଏହି ପତ୍ର

Published By : Anindita Ratha | November 8, 2024 2:54 PM

୪୦ ବର୍ଷ ଅତିକ୍ରମ କରିବା ପରେ ମହିଳାଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ପୁରୁଷ ଓ ମହିଳା ଉଭୟଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତା ଭିନ୍ନ ଭିନ୍ନ । ଯେପରିକି ପୁରୁଷଙ୍କ ପ୍ରମୁଖ ଚିନ୍ତା ପ୍ରୋଷ୍ଟେଟ୍‌, ହୃଦୟ ଓ ଟେଷ୍ଟୋଷ୍ଟ୍ରେରନ୍‌ ସ୍ତରକୁ ନେଇ ହୋଇଥାଏ । କିନ୍ତୁ ମହିଳାଙ୍କ ସମସ୍ୟା ଅନିୟମିତ ଋତୁସ୍ରାବ, ଅଷ୍ଟିଓପୋରୋସିସ୍‌ କିମ୍ବା ପ୍ରଜନନ ସହ ଆହୁରି ଅନେକ ଚ୍ୟାଲେଞ୍ଜ । ପୋଷକ ତତ୍ତ୍ୱରେ ଭରା ଅନେକ ପ୍ରକାରର ପ୍ରାକୃତିକ ଜିନିଷ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ସଜନା ବିଷୟରେ ଜାଣନ୍ତି କି? ସଜନାର ବହୁ ଉପକାରୀ ଗୁଣ ରହିଛି । ସେଥିପାଇଁ ତ ସଜନାକୁ ୪୦ ପରେ ମହିଳାଙ୍କ ସୁପରଫୁଡ୍‌ ବୋଲି କୁହାଯାଏ । 

ଭିଟାମିନ୍‌ ଏବଂ ମନେରାଲ୍‌ରେ ଭରା: ସଜନା ଶାଗ ବା ପାଉଡର ଭିଟାମିନ୍ସ ଓ ମିନେରାଲ୍ସରେ ଭରା ପ୍ରାକୃତିକ ଉପାଦାନ । ଏହା ପ୍ରୋଟିନ୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌-ସି, ବି ଓ ପୋଟାସିୟମ୍‌ରେ ସମୃଦ୍ଧ । 

ଜଳ ପ୍ରତିରୋଧକ: ଏହା ଜଳ ପ୍ରତିରୋଧକ ଭାବେ କାମ କରିଥାଏ । ଓଜନ କମାଇବାର ଭଲ ବିକଳ୍ପ । ଏକ ପ୍ରାକୃତିକ ମୁତ୍ରବର୍ଦ୍ଧକ । ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ସଜନା । 

କେଶ ଓ ତ୍ୱଚା ପାଇଁ: ସଜନା ପାଉଡର ଭିଟାମିନ୍‌ ଇ, ବି, ଏ ଏବଂ ଜିଙ୍କ୍‌ରେ ଭରା । ଏସବୁ ପୋଷକ ତତ୍ତ୍ୱ କେଶ ଓ ତ୍ୱଚା ପାଇଁ ଖୁବ୍‌ ଉପକାରୀ । 

ପିସିଓଡି ସମସ୍ୟା ପାଇଁ: ଇନସୁଲିନ୍‌ ପ୍ରତିରୋଧରୁ ରକ୍ଷା କରିଥାଏ । ପିସିଓଡି ଆଜିକାଲି ପ୍ରାୟ ମହିଳାଙ୍କ ପ୍ରମୁଖ ସମସ୍ୟା ହୋଇପଡିଛି । ଏମାନଙ୍କ ପାଇଁ ସଜନା ଭଲ ବିକଳ୍ପ । 

ମେନୋପଜ୍‌ର ଲକ୍ଷଣ କମ୍‌ କରେ: ମେନୋପଜ୍‌ ଲକ୍ଷଣକୁ କମ୍‌ କରିଥାଏ ସଜନା ପାଉଡର । କାରଣ ଏହା ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌-ଏ ଓ ଭିଟାମିନ୍‌-ସି’ରେ ଭରା, ଯାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ । 

ହାଡ଼କୁ ମଜଭୁତ କରେ: ସଜନା କ୍ୟାଲସିୟମ୍‌ ଓ ଫସ୍‌ଫରସ୍‌ରେ ଭରା । ତେଣୁ ଏହା ଅଷ୍ଟିଓପୋରୋସିସ୍‌କୁ ରୋକିବାରେ ସହଯୋଗ କରିଥାଏ ।

 ଚିନ୍ତାକୁ ଦୂରାଏ: ସଜନା ପାଉଡର ମୁଡ୍‌ରେ ସୁଧାର ଆଣିବା ସହ ଚିନ୍ତାଠାରୁ ଦୂରେଇ ରଖେ । ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌ ଏ,ବି,ସି,ଇ, ଓ ପୋଟାସିୟମ୍‌ରେ ଭରା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.