୪୦ ବର୍ଷ ଅତିକ୍ରମ କରିବା ପରେ ମହିଳାଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ପୁରୁଷ ଓ ମହିଳା ଉଭୟଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତା ଭିନ୍ନ ଭିନ୍ନ । ଯେପରିକି ପୁରୁଷଙ୍କ ପ୍ରମୁଖ ଚିନ୍ତା ପ୍ରୋଷ୍ଟେଟ୍‌, ହୃଦୟ ଓ ଟେଷ୍ଟୋଷ୍ଟ୍ରେରନ୍‌ ସ୍ତରକୁ ନେଇ ହୋଇଥାଏ । କିନ୍ତୁ ମହିଳାଙ୍କ ସମସ୍ୟା ଅନିୟମିତ ଋତୁସ୍ରାବ, ଅଷ୍ଟିଓପୋରୋସିସ୍‌ କିମ୍ବା ପ୍ରଜନନ ସହ ଆହୁରି ଅନେକ ଚ୍ୟାଲେଞ୍ଜ । ପୋଷକ ତତ୍ତ୍ୱରେ ଭରା ଅନେକ ପ୍ରକାରର ପ୍ରାକୃତିକ ଜିନିଷ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ସଜନା ବିଷୟରେ ଜାଣନ୍ତି କି? ସଜନାର ବହୁ ଉପକାରୀ ଗୁଣ ରହିଛି । ସେଥିପାଇଁ ତ ସଜନାକୁ ୪୦ ପରେ ମହିଳାଙ୍କ ସୁପରଫୁଡ୍‌ ବୋଲି କୁହାଯାଏ । 

ଭିଟାମିନ୍‌ ଏବଂ ମନେରାଲ୍‌ରେ ଭରା: ସଜନା ଶାଗ ବା ପାଉଡର ଭିଟାମିନ୍ସ ଓ ମିନେରାଲ୍ସରେ ଭରା ପ୍ରାକୃତିକ ଉପାଦାନ । ଏହା ପ୍ରୋଟିନ୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌-ସି, ବି ଓ ପୋଟାସିୟମ୍‌ରେ ସମୃଦ୍ଧ । 

ଜଳ ପ୍ରତିରୋଧକ: ଏହା ଜଳ ପ୍ରତିରୋଧକ ଭାବେ କାମ କରିଥାଏ । ଓଜନ କମାଇବାର ଭଲ ବିକଳ୍ପ । ଏକ ପ୍ରାକୃତିକ ମୁତ୍ରବର୍ଦ୍ଧକ । ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ସଜନା । 

କେଶ ଓ ତ୍ୱଚା ପାଇଁ: ସଜନା ପାଉଡର ଭିଟାମିନ୍‌ ଇ, ବି, ଏ ଏବଂ ଜିଙ୍କ୍‌ରେ ଭରା । ଏସବୁ ପୋଷକ ତତ୍ତ୍ୱ କେଶ ଓ ତ୍ୱଚା ପାଇଁ ଖୁବ୍‌ ଉପକାରୀ । 

ପିସିଓଡି ସମସ୍ୟା ପାଇଁ: ଇନସୁଲିନ୍‌ ପ୍ରତିରୋଧରୁ ରକ୍ଷା କରିଥାଏ । ପିସିଓଡି ଆଜିକାଲି ପ୍ରାୟ ମହିଳାଙ୍କ ପ୍ରମୁଖ ସମସ୍ୟା ହୋଇପଡିଛି । ଏମାନଙ୍କ ପାଇଁ ସଜନା ଭଲ ବିକଳ୍ପ । 

ମେନୋପଜ୍‌ର ଲକ୍ଷଣ କମ୍‌ କରେ: ମେନୋପଜ୍‌ ଲକ୍ଷଣକୁ କମ୍‌ କରିଥାଏ ସଜନା ପାଉଡର । କାରଣ ଏହା ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌-ଏ ଓ ଭିଟାମିନ୍‌-ସି’ରେ ଭରା, ଯାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ । 

ହାଡ଼କୁ ମଜଭୁତ କରେ: ସଜନା କ୍ୟାଲସିୟମ୍‌ ଓ ଫସ୍‌ଫରସ୍‌ରେ ଭରା । ତେଣୁ ଏହା ଅଷ୍ଟିଓପୋରୋସିସ୍‌କୁ ରୋକିବାରେ ସହଯୋଗ କରିଥାଏ ।

 ଚିନ୍ତାକୁ ଦୂରାଏ: ସଜନା ପାଉଡର ମୁଡ୍‌ରେ ସୁଧାର ଆଣିବା ସହ ଚିନ୍ତାଠାରୁ ଦୂରେଇ ରଖେ । ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌ ଏ,ବି,ସି,ଇ, ଓ ପୋଟାସିୟମ୍‌ରେ ଭରା ।