ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଫୁଲକୋବି ସ୍ବାସ୍ଥ୍ୟ ପାଇଁ ବି ଉପକାରୀ,ମିଳେ ଏହି ସବୁ ଫାଇଦା

Published By : Anindita Ratha | November 13, 2024 11:31 AM

ଶୀତ ଦିନେ ବଜାରରେ ମିଳିଥାଏ ଅଧିକ ଫୁଲକୋବି  । ଏହି ଦିନରେ ଫୁଲକୋବିର ବେଶ୍ ଚାହିଦା ଥାଏ ।ଫୁଲକୋବି କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ।  ଫୁଲକୋବିରେ ଫାଇବର, ପ୍ରୋଟିନ, ଭିଟାମିନ-ସି, ମ୍ୟାଗ୍ନେସିୟମ ଓ କାର୍ବୋହାଇଡ୍ରେଟ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।ତେବେ ଆସନ୍ତୁ ଜାଣିବା ଫୁଲକୋବିରୁ କଣ ସବୁ ଫାଇଦା ମିଳିଥାଏ ।

ହାଡ ମଜଭୁତ:ଫୁଲକୋବିରେ ପ୍ରଚୁର ପରିମାଣର ଭିଟାମିନ-କେ ମିଳିଥାଏ, ଯାହା ହାଡ ମଜଭୁତ କରିବାରେ ସାହାଯ୍ୟ କରେ । ଏହା ହାଡର ଘନତ୍ବ ଉନ୍ନତ କରି ହାଡ ଭାଙ୍ଗିବା ଓ ଅଷ୍ଟିଓପୋରୋସିସ୍ ଆଶଙ୍କା କମାଇପାରେ । ଶରୀରକୁ ନିୟମିତ ଭିଟାମିନ-କେ ମିଳିବା ଦ୍ବାରା ହାଡ ସୁଦୃଢ ହୁଏ ।

ଓଜନ ନିୟନ୍ତ୍ରଣରେ ସହାୟକ:ଫୁଲକୋବିରେ ଥିବା କେତେକ ଗୁଣ ଓଜନ ହ୍ରାସରେ ସହାୟକ ହୋଇପାରେ । ଏହା କମ୍ କ୍ୟାଲୋରୀ ଯୁକ୍ତ କିନ୍ତୁ ଫାଇବାର ଓ ଜଳ ମାତ୍ରା ଅଧିକ । ଏସବୁ ତତ୍ତ୍ବ ଓଜନ କମାଇବାରେ ଉପଯୋଗୀ ହୋଇଥାଏ । ଏହାକୁ ଖାଇବା ଦ୍ବାରା ଦୀର୍ଘ ସମୟ ଯାଏଁ ପେଟ ଫୁଲ୍ ରହିବାର ଅନୁଭବ ହୁଏ ଓ ହଜମ ପ୍ରକ୍ରିୟା ଠିକ୍ ରହେ । ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ଏହି ଶୀତଦିନିଆ ପରିବାର ଖାଇବା ଲାଭଦାୟକ ।

ଶରୀର ଡିଟକ୍ସିଫାଏ:ଡିଟକ୍ସିଫିକେସନ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଫୁଲକୋବି ଖାଇବା ଏହି ପ୍ରକ୍ରିୟାରେ ସାହାଯ୍ୟ କରେ । ଫୁଲକୋବିରେ ଥିବା ଏନଜାଇମ ଆଭ୍ୟନ୍ତରୀଣ ବର୍ଜ୍ୟ ବାହାର କରିବାରେ କାମ କରନ୍ତି । ବିଷାକ୍ତ ପଦାର୍ଥ ଓ ବର୍ଜ୍ୟଗୁଡିକୁ ଶରୀରରୁ ବାହାର ନେଇଯାଆନ୍ତି ।

ହଜମ କ୍ରିୟା: ଫୁଲକୋବିରେ ଅଧିକ ଫାଇବର ଓ ପାଣି ଥାଏ । ଉଭୟ କୋଷ୍ଠକାଠିନ୍ୟ ରୋକିବା, ସୁସ୍ଥ ହଜମ ପ୍ରକ୍ରିୟା ବଜାୟ ରଖିବା ଓ କୋଲୋନ କ୍ୟାନ୍ସର ଆଶଙ୍କା କମାଇବା ପାଇଁ ଗୁରୁତ୍ବପୂର୍ଣ୍ଣ । ଅଧ୍ୟୟନରୁ ଜଣାପଡେ, ଡାଏଟାରୀ ଫାଇବର ରୋଗ ପ୍ରତିରୋଧକ ଶକ୍ତି ଓ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

କ୍ୟାନ୍ସର ବିରୋଧି:କୋବି ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ, ଯାହାକି କ୍ଷତିକାରକ ମୁକ୍ତ ରେଡିକାଲରୁ ସେଲ୍‌ଗୁଡିକୁ ସୁରକ୍ଷା ଦିଏ । ଏଥିରେ ଥିବା କାରୋଟେନୋଏଡ ଓ ଫ୍ଲାଭୋନଏଡ ଆଣ୍ଟିଅକ୍ସିଡାଣ୍ଟ କ୍ୟାନ୍ସର ବିରୋଧି ଅଟେ । ଏହା କ୍ୟାନ୍ସର ସେଲ୍‌ ବୃଦ୍ଧିକୁ ଧିମା କରିଥାଏ । ଏଥିସହ ଫୁଲକୋବି ହୃଦରୋଗ ଭଳି ଅନ୍ୟାନ୍ୟ ଗମ୍ଭୀର ରୋଗ ଆଶଙ୍କା ହ୍ରାସ କରିପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.