ନୂଆଦିଲ୍ଲୀ,୦୪/୧୨: ଅମୃତଭଣ୍ଡା ସ୍ବାସ୍ଥ୍ୟ ପାଇଁ ଏକ ଉପକାରୀ ପରିବା । ଏହାକୁ କଞ୍ଚା ଓ ପାଚିବା ସମୟରେ  ଖିଆଯାଇଥାଏ । ଯୁଗେ ଯୁଗେ ଅମୃତଭଣ୍ଡା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବାରୁ ଏହା ଉଭୟ ପରିବା ଓ ଫଳ ଭାବରେ ମାନ୍ୟତା ପାଇଛି । ବିଶେଷ କରି ଫିଟନେସ ପାଇଁ ଏହାକୁ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଅମୃତଭଣ୍ଡା ସ୍ବାସ୍ଥ୍ୟ ପ୍ରଦତ୍ତ ଗୁଣ ରହିଛି । ପୋଷଣରେ ପରିପୂର୍ଣ୍ଣ  ଅମୃତଭଣ୍ଡାର ସ୍ବାସ୍ଥ୍ୟ ଉପରେ  କଣ ଉପକାରିତା ରହିଛି ଆସନ୍ତୁ ଜାଣିବା ।

ଅମୃତଭଣ୍ଡା ଖାଇବାର ଫାଇଦା

୧. ହଜମଶକ୍ତି ବଢାଏ- ଯଦି ଆପଣଙ୍କ ହଜମ  ଜନିତ ସମସ୍ୟା ରହିଛି । ତେବେ ଡାଏଟରେ ଅମୃତଭଣ୍ଡା ସାମିଲ କରନ୍ତୁ । ଏଥିରେ ପାପାଇନ ନାମକ ଏନାଞ୍ଜାଇମ ପ୍ରୋଟିନ୍ ହଜମ କ୍ରିୟାକୁ ସହଜ କରିଥାଏ ।

୨. କେଶକୁ ହେଲ୍ଦି କରେ-  କେଶର ମୂଳ ଓ ଟିସୁକୁ ବୃଦ୍ଧି କରିବାରେ ଅମୃତଭଣ୍ଡା ସହାୟକ ହୁଏ । ଅମୃତଭଣ୍ଡାରେ ଭିଟାମିନ-ଏ ର ଉପସ୍ଥିତି ଚୁଟି ପାଇଁ  ଲାଭାଦାୟକ ହୋଇଥାଏ । କେଶକୁ ମଜବୁତ କରିବା ଏବଂ କଳା କରିଥାଏ ।

୩. ହାଡକୁ ମଜବୁତ କରେ- ଯଦି ତୁମର ହାଡ ଦୁର୍ବଳ ଅଛି ଏହି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି । ତେବେ ଖାଦ୍ୟରେ ଅମୃତଭଣ୍ଡାକୁ ସାମିଲ କରନ୍ତୁ ।  ହାଡକୁ ମଜଭୁତ କରିବ ।

୪. ତ୍ବାଚାର ଚମକ ବଢାଏ- ଚର୍ମକୁ ଚିକ୍କଣ କରେ ଅମୃତଭଣ୍ଡା । ଫ୍ରିରେଡିକଲ ଦ୍ବାରା  ତ୍ବାଚାରେ ପଢୁଥିବା କୁପ୍ରଭାବକୁ ଏଡାଇବାରେ ଅମୃତଭଣ୍ଡା ସହାୟକ ହୁଏ । ମୁହଁରେ କଳାଦାଗ, ଫାଇନଲାଇନ ପରି ସମସ୍ୟାରୁ ବଞ୍ଚିବାକୁ ହେଲେ ଅମୃତଭଣ୍ଡା ଖାଆନ୍ତୁ । ଖାଲି ପେଟରେ ଆମୃତଭଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ ।