ସାଧାରଣତଃ ଆପଣ କଖାରୁକୁ ନିଜ ଦୈନନ୍ଦିନ ଜୀବନରେ ଖାଉଥିବେ । ବିଶେଷ କରି ଏହାକୁ ଡାଲମାରେ ବ୍ୟବହାର କରାଯାଇଥାଏ । ଡାଲମାରେ କଖାରୁ ନପଡ଼ିଲେ, ତାହା ଫିକା ଫିକା ଲାଗେ । ଏହି କଖାରୁକୁ ବ୍ୟବହାର କରିବା ବେଳେ ଆପଣ ତାର ମଞ୍ଜିକୁ କାଢି ଫୋପାଡ଼ି ଦେଉଥିବା । ହେଲେ କଣ ଆପଣ ଜାଣିଛନ୍ତି କି, ଏହି କଖାରୁ ମଞ୍ଜି ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ । ତେବେ ଆସନ୍ତୁ ଏହି ରିପୋର୍ଟରେ ଜାଣିବା । 

କଖାରୁ ମଞ୍ଜି ପ୍ରୋଟିନ୍‌ର ଏକ ଉତ୍କୃଷ୍ଟ ଉତ୍ସ । ଖାସ୍‌କରି ସାକାହାରୀ ଏବଂ ଭେଗାନ୍‌ମାନଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ସାଜିଛି । ଏହି କଖାରୁ ମଞ୍ଜିରେ ମ୍ୟାଗ୍ନେସିୟମ ଭରପୁର ହୋଇ ରହିଛି । ଏଥିରେ ଏପରି ଏକ ଖଣିଜ ପଦାର୍ଥ ରହିଛି ଯାହା ହାଡ଼ ସ୍ୱାସ୍ଥ୍ୟ, ଶକ୍ତି ଉତ୍ପାଦନ ଏବଂ ସ୍ନାୟୁ ପରିଚାଳନା କରିବାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରିଥାଏ । 

କଖାରୁ ମଞ୍ଜିରେ ଭିଟାମିନ୍‌ ଇ, ବିଟା କେରୋଟିନ୍‌ ଭଳି ଆଣ୍ଟିଅକ୍ସିଡେଣ୍ଟ ରହିଛି । ଯାହା ଶରୀରର କୋଷ ଗୁଡ଼ିକୁ ରକ୍ଷା କରିବାରେ ଏବଂ ପ୍ରଦାହ କମ୍‌ କରିବାରେ ସହାୟକ ହୋଇଥାଏ । ଏଥିରେ କୁକୁରବିଟାସିନ୍‌ ନାମକ ଏକ ନାମକ ଏକ ପଦାର୍ଥ ରହିଥାଏ, ଯାହା ପ୍ରୋଷ୍ଟେଟ କର୍କଟ ରୋଗର ଆଶଙ୍କାକୁ କମାଇଥାଏ । ଏହା ସହ ବେନିନ୍‌ ପ୍ରୋଷ୍ଟେଟିକ୍‌ ହାଇପର୍‌ପ୍ଲାସିଆ (BPH )ର ଲକ୍ଷଣକୁ ମଧ୍ୟ କମାଇବାରେ ସହାୟକ ହୋଇଥାଏ । 

କଖାରୁ ମଞ୍ଜି ଟ୍ରିପ୍ଟୋଫାନ୍‌ର ଏକ ପ୍ରାକୃତିକ ଉତ୍ସ । ଏହା ଏପରି ଏକ ଏସିଡ୍‌ ଯାହା ଆପଣଙ୍କ ଶୋଇବା ପ୍ରଣାଳୀକୁ ନିୟନ୍ତ୍ରଣ କରିବା ସହ ଆରାମ ପ୍ରଦାନ କରିଥାଏ । ଏଥିରେ ଜିଙ୍କ୍‌ ମଧ୍ୟ ଭରପୁର ହୋଇ ରହିଥାଏ । ଏହା ହାଡ଼କୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ପରିଚାଳନା ଏବଂ ଶରୀରର କ୍ଷତକୁ ଶୀଘ୍ର ଉପଶମ ଦେଇଥାଏ । ଏଥିରେ ଉଦ୍ଭିଦ ଷ୍ଟେରୋଲ୍‌ ଏବଂ ଷ୍ଟାନେଲ୍‌ ମଧ୍ୟ ରହିଛି । ଯାହା କୋଲେଷ୍ଟ୍ରୋଲ୍‌ ସ୍ତରକୁ ହ୍ରାସ କରିବାରେ ଏବଂ ସାମଗ୍ରିକ ହୃତପିଣ୍ଡ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସହାୟକ ହୋଇଥାଏ । ଏଥିରେ ନିକୋଟିନ୍‌ ଏସିଡ୍‌ ନାମକ ଏକ ପଦାର୍ଥ ରହିଥାଏ । ଯାହା ଇନସୁଲିନ୍‌ ସମ୍ୱେଦନଶୀଳତାକୁ ଉନ୍ନତ କରିଥାଏ ଏବଂ ରକ୍ତରେ ଶର୍କରାର ସ୍ତରକୁ କମ୍‌ କରଥାଏ । କେବଳ ସେତିକି ନୁହେଁ, ଏଥିରେ ପ୍ରତୁର ପରିମାଣର ଫାଇବର୍‌ ଏବଂ ହେଲ୍‌ଦି ଫ୍ୟାଟ୍‌ ରହିଥାଏ । ଯାହା ଆପଣଙ୍କ ପାଚନ ଶକ୍ତିକୁ ଉନ୍ନତ କରିବା ସହ କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ ।