ପ୍ରମୂଖ ଖବର
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

କର୍କଟ ରୋଗର ଆଶଙ୍କା କମାଇବ ତମ୍ବା ପାତ୍ରର ପାଣି, ଜାଣନ୍ତୁ ଶରୀର ପାଇଁ କେତେ ଲାଭଦାୟକ...

Published By : Harapriya Sethi | May 12, 2025 12:09 PM

ଚାଲିଛି ଗ୍ରୀଷ୍ମ ଋତୁ । ଦିନକୁ ଦିନ ବଢି ଚାଲିଛି ଖରାର ପ୍ରକୋପ । ଅତ୍ୟଧିକ ଖରା ଯୋଗୁଁ ଯେଉଁ ଗରମ ହେଉଛି ସେଥିରେ ସମସ୍ତେ ଥଣ୍ଡା ଥିବା ପାଣି ପିଇବାକୁ ପସନ୍ଦ କରୁଛନ୍ତି । ସେଥିଲାଗି ଏବେ ଘରେ ଘରେ ଥଣ୍ଡା ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ବୋତଲରେ ପାଣି ଭରି ଫ୍ରିଜ୍‌ରେ ରଖିବା ଆରମ୍ଭ ହୋଇଗଲାଣି । କିନ୍ତୁ ଆପଣ ଜାଣନ୍ତି କି, ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆମ ଶରୀର ପାଇଁ କେତେ କ୍ଷତିକାରକ । ମାତ୍ର ଆପଣ ଯଦି ତମ୍ବା ପାତ୍ରରେ ପାଣି ରଖି ପିଇବା ତାହାଲେ ତାହା ଦେହ ପାଇଁ ହିତକର । ଅର୍ଥାତ୍ ତମ୍ବାରେ ତିଆରି ପାତ୍ରରେ ରଖାଯାଇଥିବା ପାଣି ଅନେକ ଗୁଣରେ ପରିପୂର୍ଣ୍ଣ ହୋଇଥାଏ । ଏହି ପାତ୍ରରେ ରଖାଯାଇଥିବା ପାଣି ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରରେ ପାଣି ରଖି ପିଇଲେ କଣ ସବୁ ଫାଇଦା ମିଳେ । 

ତମ୍ବା ପାତ୍ରରେ ପାଣି ପିଇବାର ଲାଭ ଅନେକ । ଯାହା ଆମ ହଜମ ଶକ୍ତିକୁ ବଢାଇବାରେ ସାହାଯ୍ୟ କରେ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ପାଚନ ତନ୍ତ୍ରରେ ଥିବା ବ୍ୟାକ୍ଟେରିଆ ଏବଂ ଭାଇରସକୁ ମାରିବାରେ ସହାୟକ ହୋଇଥାଏ । ଯାହାଦ୍ୱାରା ପେଟ ସମସ୍ୟା ଦୂର ହୁଏ ଏବଂ ପାଚନକ୍ରିୟା ଠିକ୍‌ ରୁହେ ।

ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଶରୀରରେ କୋଲାଜେନର ଉତ୍ପାଦନ ବୃଦ୍ଧି ପାଏ । ଯାହାଦ୍ୱାରା ଚର୍ମରେ କୁଞ୍ଚନ କମିଯାଏ ଏବଂ ଚର୍ମ ଉଜ୍ଜ୍ୱଳ ହୁଏ । ଏହା ସହିତ, ମେଲାନିନର ଉତ୍ପାଦନ ମଧ୍ୟ ବୃଦ୍ଧି କରେ । ଯାହା ଯୋଗୁଁ କେଶର ରଙ୍ଗ ମଧ୍ୟ ଗାଢ କଳା ରହିଥାଏ । ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଦୃଷ୍ଟିଶକ୍ତି ଭଲ ରୁହେ । ମେଲାନିନର ଉତ୍ପାଦନ ବୃଦ୍ଧି ଆଖି ପାଇଁ ବହୁତ ଲାଭଦାୟକ । ଯଦି ଆପଣ ନିୟମିତ ଭାବରେ ତମ୍ବା ପାତ୍ରରେ ପାଣି ପିଅନ୍ତି, ତେବେ ଏହା କର୍କଟ ରୋଗର ଆଶଙ୍କା କମ୍‌ କରିବାରେ ସାହାଯ୍ୟ କରେ । ତେବେ ତମ୍ବା ପାତ୍ରରେ ପାଣି ଭରି ରଖିବାର ସଠିକ୍‌ ସମୟ ହେଉଛି ରାତି । ରାତିସାରା ତମ୍ବା ପାତ୍ରରେ ପାଣି ରହିବା ଦ୍ୱାରା ତମ୍ବା ଉପାଦାନଗୁଡ଼ିକ ପାଣିରେ ଦ୍ରବୀଭୂତ ହୋଇଯାଏ ଏବଂ ଏହି ପାଣି ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.