ଭୁବନେଶ୍ଵର, ୨୫/୦୭ : ପିଲାମାନଙ୍କୁ ଅତ୍ୟଧିକ ଜୁସ୍ କିମ୍ଵା ସପ୍ଟ ଡ୍ରିଙ୍କସ୍ ପିଇବାକୁ ଦେଉଛନ୍ତି କି ? ତାହେଲେ ସାବଧାନ୍। ବଡ଼ ହେବା ପରେ ପିଲାଙ୍କୁ ହୋଇପାରେ ବଡ଼ ସ୍ଵାସ୍ଥ୍ୟ ସମସ୍ୟା। କାରଣ ଡ୍ରିଙ୍କସ୍ ରେ ମାତ୍ରାଧିକ ଚିନି ବ୍ୟବହାର ଦ୍ଵାରା ପିଲାଙ୍କୁ ଉଚ୍ଚ ରକ୍ତଚାପ ବା ହାଇପରଟେନସନର ସମସ୍ୟା ହୋଇପାରେ। ତେଣୁ ପିଲାଙ୍କ ଖାଦ୍ୟପେୟକୁ ନେଇ ଅଧିକ ସାବଧାନ ରହିବା ଜରୁରୀ। ସର୍କୁଲେସନ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଆମେରିକାର ୨୫ ହଜାରରୁ ଅଧିକ ଶିଶୁଙ୍କୁ ପ୍ରାୟ ୨୫ ବର୍ଷ ଯାଏଁ ନିରୀକ୍ଷଣ କରାଯାଇଥିଲା। ରିସର୍ଚ୍ଚରୁ ଜଣାପଡ଼ିଲା ଯେ, ଯେଉଁ ପିଲାମାନେ ପ୍ରତିଦିନ ଚିନି ମିଶିଥିବା ଡ୍ରିଙ୍କ୍ ପିଅନ୍ତି ସେମାନଙ୍କୁ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ୫୨ ପ୍ରତିଶତ ଅଧିକ। ତେବେ ଫଳ ଖାଇବା ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ ନୁହେଁ। ଫଳରେ ଥିବା ପ୍ରାକୃତିକ ସୁଗାର ଏବଂ ଜୁସରେ ମିଶିଥିବା ସୁଗାର ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାନ୍ତି। ଯଦି ମିଠା ଡ୍ରିଙ୍କ୍ ବଦଳରେ ଗୋଟା ଫଳ ଖିଆଯାଏ, ତାହେଲେ ଉଚ୍ଚ ରକ୍ତଚାପ ସମସ୍ୟା ୨୨ ପ୍ରତିଶତ କମିଯାଇପାରେ।

ଫଳରେ ଫାଇବର ଥାଏ, ଯାହା ଶରୀରରେ ଥିବା ସୁଗାରକୁ ଅବଶୋଷିତ କରିବାରେ ସାହାଯ୍ୟ କରେ। ଏହାଦ୍ଵାରା ରକ୍ତଚାପ ଏବଂ ଇନସୁଲିନ୍ ସ୍ତର ଅଚାନକ ବୃଦ୍ଧି ହୁଏ ନାହିଁ। ହେଲେ ଜୁସ୍ ତିଆରି କରିବା ସମୟରେ ଫଳରୁ ଫାଇବାର୍ ବାହାରି ଯାଏ। ଏହାଦ୍ଵାରା ଶରୀରରେ ଇନସୁଲିନ୍ ରେଜିଷ୍ଟାନ୍ସ ବଢିବାର ସମ୍ଭାବନା ରହିଛି। ଅଧିକ ମିଠା ଡ୍ରିଙ୍କ୍ ପିଇବା ଦ୍ଵାରା ଏହା ଶରୀରରେ ଫ୍ୟାଟ୍ ବଢାଏ। ଫ୍ୟାଟି ଲିଭର, ଟ୍ରାଇଗ୍ଲିସରାଇଡସ୍ ଏବଂ ପେଟରେ ଚର୍ବି ଜମା ହୁଏ।

ଫଳରେ ଫାଇବର ସହ ପୋଟାସିଅମ୍, ଆଣ୍ଟି ଅକ୍ସିଡାଣ୍ଟ, ଏବଂ ପଲିଫେନାଲ ଥାଏ। ଏହି ସମସ୍ତ ତତ୍ତ୍ଵ ଶରୀର ପାଇଁ ଲାଭଦାୟକ ହୋଇଥାଏ। ପୋଟାସିଅମ୍ ଶରୀରରେ ଅତିରିକ୍ତ ସୋଡିଅମ୍ କୁ ବାହାର କରିବାରେ ସାହାଯ୍ୟ କରେ। ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ। ତେଣୁ ଜୁସ୍ ପିଇବା ଦ୍ଵାରା ଯେଉଁ ସମସ୍ୟା ହୁଏ ତାହା ଫଳ ଖାଇବା ଦ୍ଵାରା ହୁଏ ନାହିଁ। ଜୁସ୍ ଅପେକ୍ଷା ପିଲାଙ୍କ ପାଇଁ ସବୁଠୁ ବେଷ୍ଟ ଅପ୍ସନ ପାଣି ଏବଂ କ୍ଷୀର। ସ୍ନାକ୍ସ ଭାବେ ଫଳକୁ ମଧ୍ୟ ବ୍ୟବହାର କରିବା ସ୍ଵାସ୍ଥ୍ୟ ପକ୍ଷେ ହିତକର।

ଆହୁରି ପଢନ୍ତୁ-ଯୋଗନିଦ୍ରାରେ ଗଲେ ଭଗବାନ ବିଷ୍ଣୁ, ୪ ମାସ ପାଇଁ ବନ୍ଦ ରହିବ ବିବାହ ଓ ମାଙ୍ଗଳିକ କାର୍ଯ୍ୟ

ରାଜା ରାମଚନ୍ଦ୍ର ଦେବ, ରେଜିଆ ବେଗମ ଏବଂ ପତିତପାବନଙ୍କ ଅଲୌକିକ ରହସ୍ୟ