ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆନ୍ଦୋଳନରେ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ, ସ୍ଵାସ୍ଥ୍ୟ ସେବା ବାଧାପ୍ରାପ୍ତ

Published By : Rasmita Pradhan | March 14, 2025 2:14 PM

ଫୁଲବାଣୀ, ୧୪/୩ : ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ଆନ୍ଦୋଳନ ଯୋଗୁଁ ସ୍ଵାସ୍ଥ୍ୟସେବା ବାଧାପ୍ରାପ୍ତ। ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଓ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରିବା ଦାବିରେ ସାରା ରାଜ୍ୟରେ ମାର୍ଚ୍ଚ ୧୦ ତାରିଖରୁ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଫଳରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଗୁରୁତର ବାଧାପ୍ରାପ୍ତ ହୋଇଛି। କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି। ଗାଁ, ବ୍ଲକ ଏବଂ ଜିଲ୍ଲାସ୍ତରରେ ସ୍ବାସ୍ଥ୍ୟ ସେବା ଓ ପରିଚାଳନା ଏକ ପ୍ରକାର ଠପ୍ ହୋଇଯାଇଛି। 

ସୂଚନାଯୋଗ୍ୟ, ଗତ ୨୦୦୫ ମସିହାରୁ ଜିଲ୍ଲା ତଥା ବ୍ଲକ ସ୍ତରରେ ବିଭିନ୍ନ ପଦ ପଦବୀରେ ସମୁଦାୟ ୧୨୬ ଜଣ ପରିଚାଳନା କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏମାନେ ଦୀର୍ଘ ୨୦ ବର୍ଷ ହେବ କାର୍ଯ୍ୟ କରି ଆସୁଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ କରାଯାଇ ନାହିଁ। ତେଣୁ ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହେଉଛି। ଦାବୀ ପୂରଣ ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ଵେ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ତେଣୁ ମାର୍ଚ୍ଚ ୧୦ ତାରିଖରୁ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।

ଏହି ଖବରଟିକୁ ପଢନ୍ତୁ-ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇସି ସଦସ୍ୟାଙ୍କ ବିକ୍ଷୋଭ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.