ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଶରୀରକୁ ଥଣ୍ଡା ରଖିବ ବ୍ରୋକୋଲି, ମିଳିବ ଏହି ସବୁ ଫାଇଦା

Published By : Anindita Ratha | April 25, 2025 3:04 PM

ବ୍ରୋକୋଲି କେବଳ ସୌନ୍ଦର୍ଯ୍ୟ ବଢାଏନାହିଁ, ବରଂ ଖରାଦିନେ ଶରୀରକୁ ଥଣ୍ଡା ରଖିଥାଏ । ସେହିପରି ପୋଷଣ ଦେବା ସହ ବିଭିନ୍ନ ରୋଗଠାରୁ ଦୂରେଇ ରଖିଥାଏ । ଏହା ପୋଷକ ତତ୍ତ୍ୱର ଭଣ୍ଡାର । ଗରମ ଦିନ କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ନୁହେଁ । ଏହି ଋତୁରେ ଶରୀରର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ । ତେଣୁ ଡାଏଟ୍‌ରେ ପୋଷକ ତତ୍ତ୍ୱରେ ଭରା ଫଳ ଓ ପନିପରିବାକୁ ସାମିଲ୍‌ କରିବା ଉଚିତ୍‌ । ସେମିତି ଏକ ପରିବା ହେଉଛି ବ୍ରୋକୋଲି। ବ୍ରୋକୋଲିରେ ଭିଟାମିନ୍‌-ସି, ଭିଟାମିନ୍‌କେ, ଫୋଲେଟ୍‌, ପୋଟାସିୟମ୍‌ ଓ ଫାଇବର ପରି ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ବହୁ ମାତ୍ରାର ଫାଇବର ରହିଥାଏ, ଯାହା ପାଚନତନ୍ତ୍ରକୁ ସୁସ୍ଥ ରଖେ । ଏଥିରେ ଥିବା ସଲଫୋରାଫନ୍‌ ଚିନ୍ତା ଓ ପ୍ରଦାହକୁ କମ୍‌ କରିଥାଏ । ଗରମରେ ବ୍ରୋକୋଲିକୁ ଡାଏଟ୍‌ରେ ସାମିଲ୍‌ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଯେପରିକି...

ବିଷାକ୍ତ ପଦାର୍ଥ ବାହାର କରେ: ଗରମ ଦିନେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ସାଧାରଣ କଥା । ଯେଉଁଥିପାଇଁ ଥକ୍କାପଣ, ମାନ୍ଦାଳିଆ ଲାଗିବା ଓ ତ୍ୱଚା ସମସ୍ୟା ସୃଷ୍ଟି ହୋଇଥାଏ । ବ୍ରୋକୋଲିରେ ଥିବା ଆଣ୍ଟିଅକ୍ସିଡାଣ୍ଡ ଓ ଭିଟାମିନ୍‌-ସି ଓ ଗ୍ଲୁକୋସାଇନୋଲେଟ୍‌ସ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଦେଇଥାଏ । 

ଶରୀରକୁ ଥଣ୍ଡା ରଖେ: ବ୍ରୋକୋଲିରେ ଭରପୂର ପାଣି ରହିଥାଏ । ଏହା ଖୁବ୍‌ ସହଜରେ ହଜମ ମଧ୍ୟ ହୋଇଯାଏ । ଗରମ ଦିନେ ଏହାକୁ ସାଲାଡ୍‌, ସୁପ୍‌ କିମ୍ବା ସିଝାଇ ଖାଇପାରିବେ । ଏପରି କରିବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ । 

ଇମ୍ୟୁନିଟି ବୁଷ୍ଟର: ବିଶେଷକରି ଗରମ ଦିନେ ଫୁଡ୍‌ ପଏଜନିଂ ଓ ଭାଇରାଲ୍‌ ସଂକ୍ରମଣ ବଢିଯାଇଥାଏ । ବ୍ରୋକୋଲିରେ ଥିବା ଭିଟାମିନ୍‌-ସି, ଜିଙ୍କ୍‌ ଓ ଆଇରନ୍‌ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ । ନିୟମିତ ବ୍ରୋକୋଲି ଖାଇବା ଦ୍ୱାରା ଶରୀର ବାହାରର ବ୍ୟାକ୍ଟେରିଆ ଓ ଭାଇରସ୍‌ ସହ ଲଢିବାରେ ସକ୍ଷମ ହୋଇଥାଏ । 

କମାଏ ଓଜନ: ଯଦି ନିଜର ଓଜନ କମ୍‌ କରିବାକୁ ଚାହୁଁଥାନ୍ତି, ତେବେ ଡାଏଟ୍‌ରେ ବ୍ରୋକୋଲିକୁ ନିଶ୍ଚୟ ସାମିଲ୍‌ କରିଦିଅନ୍ତୁ । ଏହା କ୍ୟାଲୋରୀକୁ କମ୍‌ କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଭରା ରହିବା ସହ ବାରମ୍ବାର ଖାଇବାରୁ ରକ୍ଷା ପାଇଯିବେ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.