ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ

Published By : Ankita S | June 1, 2025 3:03 PM

ଢାକା,୦୧/୦୬: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ବାଂଲାଦେଶୀ ଟ୍ରିବ୍ୟୁନାଲ ଏରାଧିକ ବଡ଼ ନିଷ୍ପତ୍ତି ଶୁଣାଇପାରନ୍ତି । ତାଙ୍କ ନାମରେ ୨୦୨୪ ଛାତ୍ର ଆନ୍ଦୋଳର ସମୟରେ ମାନବତା ବିରୋଧରେ ଅପରାଧର ଗମ୍ଭୀର ଅଭିଯୋଗ ହୋଇଥିଲା । ମାମଲାରେ ଶୁଣାଣି ଆରମ୍ଭ ହୋଇଛି । ଟ୍ରିବ୍ୟୁନାଲ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇପାରନ୍ତି ବୋଲି କୁହାଯାଉଛି । ବାଂଲାଦେଶ ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ଆଇଏସଟି-ବିଡି) ଆଜି ହସିନାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଶୁଣାଣି କରୁଛନ୍ତି ।

ଗତ ବର୍ଷ ଶେଖ୍ ହସିନା ଛାତ୍ର ଆନ୍ଦୋଳନ ପରେ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କ ବିରୋଧରେ ବାଂଲାଦେଶରେ ଲଗାତାର ବିରୋଧ ପ୍ରଦର୍ଶନ ହୋଇଥିଲା । ତାଙ୍କ ନାମରେ ବିଭିନ୍ନ ଅଦାଲତରେ ମକଦ୍ଦମା ଦାୟର ହୋଇଥିଲା । ଏବେ ବି ବାଂଲାଦେଶରେ ଅସ୍ଥିରତା ଜାରି ରହିଛି । ୟୁନୁସୁ ସରକାରଙ୍କୁ ବିରୋଧ କରୁଛନ୍ତି ସେନାମୁଖ୍ୟ । ଡି଼ସେମ୍ବର ସୁଦ୍ଦା ନିର୍ବାଚନ ସାରିବାକୁ କହୁଛନ୍ତି ସେନା ମୁଖ୍ୟ ।

ମେ ୧୨ରେ ଦାଖର ହୋଇଥିଲା ରିପୋର୍ଟ- ଗତ ଜୁଲାଇ ଏବଂ ଅଗଷ୍ଟରେ ଦେଶରେ ହିଂସା ଏବଂ ପୋଲିସର ଗୁଳିମାଡ, ଗଣହତ୍ୟା ପାଇଁ ସ୍ଥିତି ଉପୁଜିଥିଲା । ଏହାକୁ ଶେଖ୍ ହସିନା ଉସକାଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୨ରେ ଦଦନ୍ତକାରୀ ଦଳ ଏକ ରିପୋର୍ଟ ଉପସ୍ଥାପିତ କରିଥିଲେ ଯେଉଁଥିରେ ହସିନା ହତ୍ୟା ଆଦେଶ ଦେଇଥିବା କୁହାଯାଇଥିଲା । ଯେଉଁ ଟ୍ରିବ୍ୟୁନାଲ ଜରିଆରେ ଶେଖ୍ ହସିନାଙ୍କ ଉପରେ ଅଭିଯୋଗ ହୋଇଥିଲା ତାହା ପାକିସ୍ତାନରୁ ମୁକୁଳି ପାକ୍‌ ସୈନିକଙ୍କ ଉପରେ ମାମଲା କରିବାକୁ ହୋଇଥିଲା ।

ଭାରତରେ ଅଛନ୍ତି ଶେଖ୍ ହସିନା- ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ଅଛନ୍ତି । ବାଂଲାଦେଶରେ ବିରୋଧ ପ୍ରଦର୍ଶନ ପରେ ସେ ଭାରତ ଚାଲି ଆସିଥିଲେ । ବାଂଲାଦେଶ ଅନ୍ତରୀଣ ସରକାର ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରିଥିଲେ । ମାତ୍ର ଭାରତ ଏମିତି କିଛି ଦାବି ଉପରେ ପ୍ରତିକ୍ରିୟା ଦେଇନଥିଲା । ହସିନାଙ୍କ ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ଭଲ ଥିଲା । ତାଙ୍କ ପରେ ସମ୍ପର୍କରେ ଫାଟ ଆସିଥିଲା । ବାଂଲାର ନୂଆ ୟୁନୁସ ସରକାରର ଚୀନ ଓ ପାକିସ୍ତାନ ସହ ସମ୍ପର୍କ ରହିଛି । ହେଲେ ବାଂଲାଦେଶ ଭାରତ ସହ ସମ୍ପର୍କ ରଖିବାକୁ ପ୍ରୟାସ କରୁଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.