ମାଲକାନଗିରି, ୧/୯(ଆପ୍ର): ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏକ ବାର ଚକିଆ ଟ୍ରକ ତଳେ କାର ଚାପି ଜଣଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ଗୁରୁତର ଭାବେ ଆହତ  ହୋଇଛନ୍ତି। 

ଖବର ମୁତାବକ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ବେଜାଙ୍ଗ ୱାର୍ଡ ଗ୍ରାମର କିଶୋର ନାମକ ଯୁବକ ତାଙ୍କ ପରିବାର ନେଇ ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର କୋଣ୍ଟା ଥାନା ଅନ୍ତର୍ଗତ ଫନ୍ଦିଗୁଡା ନିକଟସ୍ଥ ମୁଖ୍ୟ ସଡକରେ ଯାଉଥିବା ବେଳେ ଏକ ବାର ଚକିଆ ଟ୍ରକ ସହ   କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାରଟି ଟ୍ରକ ତଳେ ଚାପି ହୋଇଯାଥିଲା। 

ଦୁର୍ଘଟଣା ଏତେ ଭୟଙ୍କର ଥୂଲା ଯେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା କୁହାଯାଉଛି। ମୃତକ ଜଣଙ୍କ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିଓ୍ବାଡା ଗ୍ରାମର କିଶୋର ହୋଇଥିବା ବେଳେ ତାଙ୍କ ଧର୍ମପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଅନ୍ୟ ତିନିଜଣ ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଆହାତ ବ୍ୟକ୍ତିଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ଭଦ୍ରାଚଲମ ମୁଖ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ କୋଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।