ଭୁବନେଶ୍ବର,୨୦/୫ : ରାଜ୍ୟରେ ଅସହ୍ୟ ହେଉଛି ତାତି । ଆଗାମୀ ୫ଦିନ ଯାଏ ରାଜ୍ୟରେ ରହିବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୪ଘଂଟାରେ ନୟାଗଡ ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡା ଏହି ୪ଜିଲ୍ଲାରେ ପ୍ରବଳ ଖରା ଓ ଗରମକୁ ନେଇ ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ । ଏହାସହ ବଲାଙ୍ଗୀର ଓ ସମ୍ବଲପୁର ଦୁଇ ଜିଲ୍ଲାରେ ଉଷ୍ମ ରାତ୍ରି ସହ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସୁନ୍ଦରଗଡ, ଗଂଜାମ ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଭଦ୍ରକ ଓ ବାଲେଶ୍ୱର ଏହି ୧୬ଜିଲ୍ଲାରେ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଏହି ୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦କିମି ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ ।

ଏହାସହ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଏହି ୫ଜିଲ୍ଲାକୁ ବାଦ ଦେଇ ଅବଶିଷ୍ଟ ୨୦ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୩୦ରୁ ୫୦କିମି ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଆସନ୍ତାକାଲି ଭଦ୍ରକ ଯାଜପୁର ନୟାଗଡ଼, ଅନୁଗୁଳ, ସୋନପୁର, ସମ୍ବଲପୁର, ବୌଦ୍ଧ ବଲାଙ୍ଗୀର ଓ ଝାରସୁଗୁଡା ଏହି ୯ ଜିଲ୍ଲାକୁ ହିଟ୍ ୱେଭ ଓ୍ବାର୍ଣ୍ଣିଂ ଥିବାବେଳେ ସମ୍ବଲପୁର, ବଲାଙ୍ଗୀରରେ ଉଷ୍ମ ରାତ୍ରି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଗଂଜାମ ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଏହି ୧୧ଜିଲ୍ଲାରେ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଭଦ୍ରକ ବାଲେଶ୍ୱର ଓ ମୟୁରଭଞ୍ଜ ଏହି ୩ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦କିମି ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ। ଏହାସହ ୧୬ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୩୦ରୁ ୫୦କିମି ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ୨୩ତାରିଖ ଯାଏ ଗ୍ରୀଷ୍ମର ଏଭଳି ସ୍ଥିତି ଲାଗି ରହିବା ସହ ୨୬ଯାଏ ଅର୍ଥାତ ୭ ଦିନ ଯାଏ କାଳବୈଶାଖୀର ଚେତାବନୀ ପାଇଁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପଟେ ବର୍ତ୍ତମାନ ୬ରୁ ୭ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ନାହିଁ ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଉତ୍ତରାୟଣ ଗତି ରହୁଛି । ଆକାଶ ମେଘାଚ୍ଛନ୍ନ ମଧ୍ୟ ରହୁଛି । ପ୍ରଭାବରେ ତାପମାତ୍ରା ବଢୁଛି । ବଙ୍ଗୋପସାଗର ଦେଇ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି । ବାୟୁମଣ୍ଡଳର ଉପରି ଭାଗରେ ଜୀୟବାଷ୍ପ ମଧ୍ୟ ଅଧିକ ରହୁଛି । ଯେଉଁଥି ପାଇଁ ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବଢୁଛି । ଆଜିଠାରୁ ଆହୁରି ଅଧିକ ବଢିବ ତାପମାତ୍ରା । ବିଶେଷ ଭାବେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ପ୍ରଭାବିତ ହେବ । ୪୦ଡିଗ୍ରୀ ଉପରେ ରହିବ ତାପମାତ୍ରା ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଗତକାଲି ୨୧ଟି ଜିଲ୍ଲାରେ ୪୦ଡିଗ୍ରି ଉପରେ ତାପମାତ୍ରା ରେକର୍ଡ଼ ହୋଇଥିବାବେଳେ ଝାରସୁଗୁଡ଼ାରେ ୪୪.୮ସର୍ବାଧିକ ତାପମାତ୍ରା ରେକର୍ଡ଼ ହୋଇଛି । ଏଭଳିସ୍ଥିତି ଲାଗି ରହିଲେ ଏହି ସପ୍ତାହରେ ୪୫ଡିଗ୍ରୀ ତାପମାତ୍ରା ପାର୍ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।