ଲମତାପୁଟ,୧୫/୧୦: ଓଡିଶାରୁ ମୌସୁମୀ ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ ହେବା ଆରମ୍ଭ ହୋଇଥିବା ବେଳେ ମାଳ ଅଞ୍ଚଳକୁ ଛୁଇଁଲା ଶୀତ l ବର୍ଷା ଛାଡିବା ପରେ ଲମତାପୁଟ ବ୍ଲକରେ ଆରମ୍ଭ ହୋଇଛି ଶୀତ l ଘାସରରେ କାକର ବିନ୍ଦୁର ସ୍ପର୍ଶ ଶୀତ ଆଗମନର ସଂକେତ ଦେଇଥିବା ବେଳେ ହାଲୁକା ଶୀତର ଲହରୀ ଆରମ୍ଭ ହୋଇଯାଇଛି l ସାରା ଅଞ୍ଚଳକୁ ଢାଙ୍କି ରଖିଛି କୁହୁଡି l

ପହିଲି ଶୀତରେ ଖେଳ ପଡିଆ ମାନଙ୍କରେ ଖେଳାଳିମାନେ ୱାର୍ମ ଅପ କରିବା ପାଇଁ ଫୁଟବଲ ଖେଳରେ ବ୍ୟସ୍ତ l ଚା’ ଦୋକାନରେ ସକାଳୁ ସକାଳୁ ଭିଡ଼ ଜମିବା ଆରମ୍ଭ ହୋଇଯାଇଛି l ଘନ କୁହୁଡି ହୋଇଥିବାରୁ ଯାନବାହାନ ଯାତାୟାତରେ ଅସୁବିଧା ଦେଖାଯାଉଛି l ଲମତାପୁଟ ବ୍ଲକରେ ଚଳିତ ବର୍ଷ ବର୍ଷା ପରିମାଣ ଅଧିକ ହୋଇଥିବାରୁ ଶୀତର ପ୍ରୋକପ ଚଳିତ ବର୍ଷ ରେକର୍ଡ ଭାଙ୍ଗିବା ନେଇ ଆଶଙ୍କା କରିଛନ୍ତି ଅଞ୍ଚଳବାସୀ l ଶୀତ ବଢିଲେ ଏହି ମାଳ ଅଞ୍ଚଳର ପ୍ରକୃତି ରାଣୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ l ଚଳିତ ବର୍ଷ ମଧ୍ୟ ଦେଶ ବିଦେଶରୁ  ବହୁ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିବା ନେଇ ଅକାଳନ କରାଯାଉଛି l