ଭୁବନେଶ୍ୱର, ୨୦।୧୦: ଆସୁଛି ବାତ୍ୟ । ଆଣ୍ଡାମାନ ସାଗରରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିବଳୟ । ଆଗକୁ ନେବ ତୀବ୍ର ରୂପ । ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ଆସିଲା ବଡ଼ ଖବର । IMD ପକ୍ଷରୁ ସୂଚନା ଜାରି । ସ୍ୱତନ୍ତ୍ର ରିଲିଫ୍ କିମିଶନର ପକ୍ଷରୁ ସତର୍କ ଘଣ୍ଟି । ୨୩ରେ ବାତ୍ୟା ସମ୍ଭାବନା, ୨୪ ଲ୍ୟାଣ୍ଡଫଲ୍ । ୧୦୦ରୁ ୧୨୦ କିମିରେ ପବନ ବହିବା ଆଶଙ୍କା । ୩ ଦିନ ସାରା ଓଡ଼ିଶାରେ ଢାଳିବ ପ୍ରବଳ ବର୍ଷା । ଅଶାନ୍ତ ରହିବ ସମୁଦ୍ର । ମତ୍ସଜିବୀଙ୍କୁ ସମୁଦ୍ରକୁ ଯିବା ମନା ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରୁ ୩ ଦିନ ଧରି ରାଜ୍ୟରେ ବଢ଼ିବ ବର୍ଷା । ୨୪ ତାରିଖରେ ଉପକୂଳବର୍ତ୍ତୀ ଓଡ଼ିଶା ପ୍ରବଳରୁ ଅତି ବର୍ଷା ସମ୍ଭାବନା ରହିଛି । କାଁ ଭାଁ ସ୍ଥାନରେ ଅତି ପ୍ରବଳ ବର୍ଷା ଆଲର୍ଟ ଜାରି ହୋଇଛି । ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ୨୫ ତାରିଖରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି । ଏଥିସହିତ କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼ ଆଲର୍ଟ ଜାରି କରାଯାଇଛି । ୨୬ ଏବଂ ୨୭ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କାଁଭାଁ ଭୀଷଣ ବର୍ଷା ହେବ । ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।
ଏହା ଆଗକୁ କେତେ ଶକ୍ତିଶାଳୀ ହେବ ? ଏହି ବାତ୍ୟା କେଉଁଆଡ଼େ ମୁହାଁଇବ ? ପବନ ତ୍ରୀବତା କେତେ ରହିବ ? ଏବେଠାରୁ କିଛି ସ୍ପଷ୍ଟ ଆକଳନ କରାଯାଇନାହିଁ । ଆଗକୁ ସମ୍ଭାବ୍ୟ ବାତ୍ୟା ରାଡାର ନିକଟ ହେଲେ ସ୍ପଷ୍ଟ ସୂଚନା ଦିଆଯାଇପାରିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।