ଫିରିଙ୍ଗିଆ, ୪/୬ : ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ସହ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହୋଇଛି l ଦିନ ତମାମ ପ୍ରବଳ ଖରା ହୋଇଥିବାବେଳେ ଅପରାହ୍ନ ୩ଟା ପରେ ପ୍ରବଳ ଘଡଘଡି ବିଜୁଳି ସହ ପବନ ବହି ବର୍ଷା ହୋଇଥିଲା । ବର୍ଷାରେ ଭୃଙ୍ଗି ଯୋଡି ପଞ୍ଚାୟତର କଡୁରାହା ଗାଁ ରାସ୍ତାରେ ପ୍ରବଳ ବର୍ଷା ପବନରେ ଗଛ ଭାଙ୍ଗି ପଡ଼ିବାରୁ ତଳେ ରଖାଯାଇଥିବା ଡାଲା ବୋଲେରୋରେ ଗଛ ପଡିଥିଲା ।
ଫଳରେ ଡାଲା ଗାଡ଼ିର କିଛି ଭାଙ୍ଗି କ୍ଷତି ହୋଇଥିଲା । ପରେ ଗାଁ ଲୋକେ ଫିରିଙ୍ଗିଆ ଅଗ୍ନିଶମବାହିନୀକୁ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟିବା ସହ ଗାଡିକୁ ବାହାର କରିଥିଲେ l ତେବେ ଦୀର୍ଘ ୩ଘଣ୍ଟା ଅକ୍ଳାନ୍ତ ଚେଷ୍ଟା ପରେ ରାସ୍ତା ଏବଂ ଗାଡ଼ି ଉପରୁ ପଡ଼ିଥିବା ଗଛକୁ ସଫା କରାଯାଇଥିଲା l ଫିରିଙ୍ଗିଆ ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ କୁମାର ମହାପାତ୍ରଙ୍କ ସହ ହାବିଲଦାର ବିଜୟନନ୍ଦ ଭୋଳ, ସାଗର ଜେନା, ରାମକୃଷ୍ଣ ସ୍ୱାଇଁ, ଲକ୍ଷ୍ମୀଧର ସାହୁ, କାହ୍ନୁ ପାତ୍ର ଗାଁ ଲୋକଙ୍କ ସହାୟତାରେ ଗଛ କାଟି ସଫା କରିଥିଲେ l