ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୈଫ ଅଲ୍ଲୀ ଖାନଙ୍କୁ ଏତେ ଥର କାହିଁକି ଛୁରାମାଡ଼ କଲା ଆକ୍ରମଣକାରୀ ? ହମଲାର କାରଣ କହିଲା ପୁଲିସ

Published By : Prameya | January 21, 2025 9:21 PM

ମୁମ୍ୱାଇ : ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ଏବେ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଅଭିନେତାଙ୍କର ମଙ୍ଗଳବାର ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇଛି। ସୂଚନା ଯେ, ଗତ ସପ୍ତାହରେ ବୁଧବାର ବିଳମ୍ୱିତ ରାତିରେ ସୈଫଙ୍କ ଘରେ ପଶି ତାଙ୍କ ଉପରେ ହମଲା କରିଥିଲା ଦୁର୍ବୃତ୍ତ। ସେ ଗୁରୁତର ଭାବେ ଆହତ ହୋଇଥିଲେ। ଅଭିନେତାଙ୍କର ୨ଟି ସର୍ଜରୀ ହୋଇଛି। ମଙ୍ଗଳବାର ଦିନ ପୁଲିସ କହିଛି କି, ଏହି ଅଭିଯୁକ୍ତ ସୈଫ୍‌ଙ୍କ ଶକ୍ତ କବଜାରୁ ନିଜକୁ ଛଡ଼ାଇବା ପାଇଁ ଅଭିନେତାଙ୍କ ଉପରକୁ ହମଲା କରି ଥିଲା। ହମଲା କରିବା ପରେ ସେ ପୁଣି ବିଲ୍ଡିଂର ଗାର୍ଡେନରେ ହିଁ ୨ଘଣ୍ଟା ଲୁଚି ରହିଥିଲା।

ପୁଲିସ ରବିବାର ଆକ୍ରମଣକାରୀକୁ ଧରିଥିଲା , ଯାହାର ନାଁ ଶରିଫୁଲ ଇସଲାମ ଶହଜାଦା ମହମ୍ମଦ ରୋହିଲ୍ଲା ଅମିନ ଫାକିର। ପୁଲିସ କହିଛି, ଚୋରି କରିବାର ଉଦ୍ଦେଶ୍ୟରେ ଅଭିଯୁକ୍ତ ବାଥରୁମ୍‌ର ବିଲ୍ଡିଂ ମଧ୍ୟଦେଇ ଅଭିନେତାଙ୍କ ଫ୍ଲାଟ୍‌ରେ ପଶିଥିଲା। ଘର ଭିତରକୁ ପଶିବା ପରେ ଯେତେବେଳେ ସୈଫଙ୍କ ଷ୍ଟାଫ୍‌ ତାକୁ ଦେଖି ଦେଲେ , ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୈଫ୍‌ ପାଟି ଶୁଣି ସେଠାକୁ ଯେତେବେଳେ ଆସିଲେ , ଚୋରକୁ ଧରି ପକାଇଲେ। ସୈଫ୍‌ଙ୍କ କବଳରୁ ନିଜକୁ ମୁକ୍ତ କରିବା ପାଇଁ ସେ ସୈଫଙ୍କୁ ଅନେକ ଥର ଛୁରାମାଡ଼ କରିଥିଲା। 

ପୁଲିସର କହିବାନୁସାରେ, ଯେବେ ସୈଫ୍ ଆହତ ହୋଇଗଲେ ଏବଂ ସେ ଦୁର୍ବଳ ହୋଇଗଲେ , ସେତେବେଳେ ଆକ୍ରମଣକାରୀ ସେଠାରୁ ପଳାଇଲା। ଏହାପରେ ସୈଫ ଆକ୍ରମଣକାରୀ ଘର ଭିତରେ ଥିବା ଭାବି , ପୁଣି ମେନ୍‌ଗେଟ୍‌ ବନ୍ଦ କରି ଦେଲେ । କିନ୍ତୁ ସେ ଯେଉଁ ରାସ୍ତା ଦେଇ ପଶି ଥିଲା , ସେହି ବାଟେ ବାହାରି ଗଲା। ସେହି ଆକ୍ରମଣକାରୀ ଗାର୍ଡେନରେ ୨ଘଣ୍ଟା ଯାଏ ଲୁଚି ରହିଥିଲା। 

ପୁଲିସ୍ ଏହା ପୂର୍ବରୁ କହିଥିଲା କି କ୍ରାଇମ୍‌ ସିନ୍‌ରେ ଆକ୍ରମଣକାରୀର ଫିଙ୍ଗରପ୍ରିଣ୍ଟ ମିଳି ଥିଲା, ଯେଉଁଥିରେ ବାଥରୁମ୍‌ୱିଣ୍ଡୋମଧ୍ୟ ସାମିଲ ଥିଲା, ସେହି ବାଟେ ସେ ଆସି ଥିଲା ଏବଂ ବାହାରି ଯାଇଥିଲା। 

କହି ରଖୁଛୁ କି ସେ ଆକ୍ରମଣକାରୀ ମୁମ୍ୱାଇରେ ୫ ମାସ ହେବ ଅଲଗା ନାଁରେ ରହୁଥିଲା। ମୁମ୍ୱାଇ କୋର୍ଟ ରବିବାର ତାକୁ ୫ଦିନର ପୁଲିସ କଷ୍ଟୋଡିକୁ ପଠାଇଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.