ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପୁଣେରେ ଭୟଙ୍କର ବିମାନ ଦୁର୍ଘଟଣା, ୩ ମୃତ

Published By : Anindita Ratha | October 2, 2024 9:50 AM

ନୂଆଦିଲ୍ଲୀ,୦୨/୧୦:  ପୁଣେରେ ଭୟଙ୍କର ବିମାନ ଦୁର୍ଘଟଣା । ଫଳରେ  ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଓ ଜଣେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟର ପ୍ରାଣ ହରାଇଥିବା କୁହାଯାଇଛି । ପୁଣେ ନିକଟରେ ଅଗଷ୍ଟା ୧୦୯ ଚପର କ୍ରାସ୍ ହୋଇଥିବା କୁହାଯାଇଛି । ଉକ୍ତ ବିମାନରେ କୌଣସି ଯାତ୍ରୀ ନଥିଲେ । ପୁଣେର ବାବଧନଠାରେ ଏହି ହେଲିକପ୍ଟର କ୍ରାସ୍ ହୋଇଥିବା ଜଣାପଡିଛି। 

ସୂଚନା ମୁତାବକ, ହେଲିକପ୍ଟରଟି ଅକ୍ସଫୋର୍ଡ ଗୋଲ୍ଫ କୋର୍ସ ନିକଟରେ ଉଡ଼ାଣ ଭରିଥିଲା । ଆଉ କିଛି ସମୟ ମଧ୍ୟରେ ତାହା ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ଆଜି ସକାଳ ପାଖାପାଖି ୭.୩୦ ସମୟରେ ହୋଇଥିଲା । ଫଳରେ ଦୁର୍ଘଟଣାରେ ୨ ଜଣ ପାଇଲଟ ଓ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଫାୟାର ବ୍ରିଗେଡର ଟିମ୍ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅଗଷ୍ଟ ମାସ ୨୪ ତାରିଖରେ ମଧ୍ୟ ପୁଣେରେ ଏକ ଅଘଟଣ ଘଟିଥିଲା । ଏକ ଘରୋଇ କମ୍ପାନୀର ହେଲିକପ୍ଟର କ୍ରାସ ହୋଇଯାଇଥିଲା । ଉକ୍ତ ଦୁର୍ଘଟଣାରେ ୪ ଜଣ ଲୋକ ଆହତ ହୋଇଥିଲେ । ହେଲିକପ୍ଟରଟି ମୁମ୍ବାଇର ଜୁହୁ ଠାରୁ ହାଇଦ୍ରାବାଦ ଅଭିମୂଖେ ଉଡ଼ାଣ ଭରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.