ଜହ୍ନlପଙ୍କ, ୩/୭ : ବୌଦ୍ଧ ଜିଲ୍ଲା ସରସରା ନିବାସୀ ସନ୍ଧ୍ୟା ବିଶି ଅତି ଦୁର୍ବି ସହ ମଧ୍ୟରେ ଦିନ ବିତାଉଛନ୍ତି । ପୂର୍ବରୁ ତାଙ୍କର ବାପା, ମାଆ ଓ ଭାଇ ପ୍ରାଣ ହରାଇଥିବାବେଳେ ସେ ଘରେ ଏକାକୀ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ତେବେ ଗତ ମାର୍ଚ୍ଚ ମାସରେ ପଡ଼ିଯିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ପରେ ସେ ଆଉ ଚଳ ପ୍ରଚଳ କରି ନ ପାରିବାରୁ ଗାଁର ସିଆରପି ଶୈଳସୁତା ସାହୁ ଖାଇବାକୁ ଦେଉଥିଲେ ।
ଏହାପରେ ଗାଁର ସ୍ବେଛାସେବୀ ଅଶ୍ୱିନୀ ତାଙ୍କର ଅସହାୟ ଦେଖି ନ ପାରି ନିଜ କାରରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସା କରି ଘରକୁ ଫେରିଥିଲେ । କିଛି ଦିନ ପରେ ପୁଣି ସମ୍ପୃକ୍ତ ମହିଳା ଚାଲି ବୁଲି ନ ପାରିବାରୁ ମଧୁପୁରର ସ୍ବେଛାସେବୀ ବନିତା କଲତା ତାଙ୍କର ଥଇଥାନ ପାଇଁ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ କିଛି ସ୍ବେଛାସେବୀ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ସେ ନିଜେ ଅସହାୟ ମହିଳାଙ୍କୁ ଭୁବନେଶ୍ୱରର ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ସନ୍ଧ୍ୟା ପଂଚାୟତରୁ ମାତ୍ର ୫ କିଲୋ ଚାଉଳ ଓ ହଜାରେ ଟଙ୍କା ଭତ୍ତା ପାଉଛନ୍ତି। ଜୁନ୍ ୨୮ ତାରିଖରୁ ସ୍ବେଛାସେବୀ କବିତା କଲତା ଭୁବନେଶ୍ୱର ନେଇ ଚିକିତ୍ସା କରାଉଛନ୍ତି। ହେଲେ ତାଙ୍କର କେହି ସମ୍ପର୍କୀୟ ନଥିବାରୁ ଡାକ୍ତରଖାନା କର୍ତୃପକ୍ଷ ବେଶୀ ଦିନ ତାଙ୍କୁ ରଖି ପାରିବେ ନାହିଁ। ତେବେ କୌଣସି ସ୍ବେଛାସେବୀ ସଂଗଠନ ସହାୟତାର ହାତ ବଢାଇବା ଏକ ଅମୁଲ୍ୟ ଜୀବନ ବଞ୍ଚି ଯାଇ ପାରନ୍ତା ବୋଲି ଆଲୋଚନା ହେଉଛି।