ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଧର୍ମେନ୍ଦ୍ର କି ଅମିତାଭ ନୁହଁନ୍ତି...ଏହି ସାଉଥ୍‌ ଷ୍ଟାରଙ୍କୁ ଜ୍ୱାଇଁ କରିବାକୁ ଚାହୁଁଥିଲେ ହେମାଙ୍କ ମା’

Published By : Krishna Priya | March 23, 2025 10:33 AM

ମୁମ୍ବାଇ ୨୨/୦୩: ବଲିଉଡର ଡ୍ରିମ୍‌ ଗର୍ଲ ହେମା ମାଳିନୀ ୧୯୮୦ରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ହେମାଙ୍କ ନାମ ବଲିଉଡର ଅନେକ ଦିଗଜଙ୍କ ସହ ଯୋଡି ହୋଇଥିଲା, ଯେଉଁଥିରେ ଅମିତାଭ ବଚ୍ଚନ, ଜିତେନ୍ଦ୍ର ଏବଂ ସଞ୍ଜୀବ କୁମାର ସାମିଲ ଥିଲେ। କିନ୍ତୁ ଜାଣନ୍ତି କି ହେମାଙ୍କ ମା’ ଚାହୁଁ ନଥିଲେ ଯେ ସେମାନଙ୍କ ମଧ୍ୟରୁ କେହି ତାଙ୍କ ଜ୍ୱାଇଁ ହୁଅନ୍ତୁ? ସେ ତାଙ୍କ ଝିଅ ହେମାଙ୍କୁ ଜଣେ ସାଉଥ୍‌ ସେଲିବ୍ରିଟିଙ୍କ ସହ ବିବାହ କରାଇବାକୁ ଚାହୁଁଥିଲେ। 

ହେମା ମାଳିନୀଙ୍କ ମା’ ଜୟା ଚକ୍ରବର୍ତ୍ତୀ ତାଙ୍କ ଝିଅକୁ ଧର୍ମେନ୍ଦ୍ରଙ୍କ ସହ ବିବାହ କରାଇବାକୁ ଚାହୁଁ ନଥିଲେ। କାରଣ ଅଭିନେତା ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଚାରି ସନ୍ତାନ ଥିଲେ। ଜଣେ ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତା, ନିର୍ଦ୍ଦେଶକ ତଥା କନ୍ନଡ ଲେଖକ ଜୟାଙ୍କୁ ବହୁତ ପ୍ରଭାବିତ କରିଥିଲେ । ତେଣୁ ସେ ହେମାଙ୍କୁ ତାଙ୍କ ସହିତ ବିବାହ କରାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ହେମାଙ୍କୁ ସେହି ଅଭିନେତାଙ୍କ ସହ ଏକ ଫିଲ୍ମ କରିବାକୁ ବାଧ୍ୟ କରିଥିଲେ।

ରିପୋର୍ଟ ଅନୁଯାୟୀ ହେମାଙ୍କ ମା’ ଅଭିନେତା ଗିରିଶ କର୍ନାଡଙ୍କୁ ତାଙ୍କ ଜ୍ୱାଇଁ କରିବାକୁ ଚାହୁଁଥିଲେ। ଦୁହିଁଙ୍କୁ ନିକଟତର କରିବା ପାଇଁ ସେ ୧୯୭୯ ରେ ଏକ ଫିଲ୍ମ 'ରତ୍ନାଦୀପ' ନିର୍ମାଣ କରିଥିଲେ ଯେଉଁଥିରେ ହେମା ଏବଂ ଗିରିଶ ମୁଖ୍ୟ ଭୂମିକାରେ ଥିଲେ। ତଥାପି, ଜୟାଙ୍କର ଏହି ପ୍ଲାନ୍‌ ଫେଲ୍‌ ମାରିଥିଲା। କାରଣ ଗିରିଶ ହେମା ଏବଂ ଧର୍ମେନ୍ଦ୍ରଙ୍କ ଲଭ୍‌ ଷ୍ଟୋରୀ ବିଷୟରେ ଜାଣିଥିଲେ, ତେଣୁ ସେ ସେମାନଙ୍କ ପ୍ରେମରେ ବାଧା ଦେବାକୁ ଚାହୁଁନଥିଲେ । ତେବେ ଏହାର ଗୋଟିଏ ବର୍ଷ ପରେ ୧୯୮୦ ମସିହାରେ ହେମା ମାଳିନୀ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.