ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍,ସାମିଲ୍ ହେବେ ବହୁ ନେତା

Published By : Prameya | November 28, 2024 8:02 AM

ରାଞ୍ଚି,୨୮/୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବା ପରେ  ସରକାର ଗଠନର ପ୍ରକ୍ରିୟା ଆରମ୍ଭ ହୋଇଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ନେତା ହେମନ୍ତ ସୋରେନ୍‌ ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେବାକୁ ଯାଉଛନ୍ତି । ଗୁରୁବାର  ଅପରାହ୍‌ଣରେ ରାଞ୍ଚିର ମୋରହାବାଦୀ ମୈଦାନରେ  ଏହି ଶପଥଗ୍ରହଣ ସମାରୋହ ଆୟୋଜିତ ହେବ ।  

ସୂତ୍ର ଅନୁସାରେ ହେମନ୍ତ ଗୁରୁବାର ଏକୁଟିଆ  ଶପଥ ନେଇପାରନ୍ତି । ମନ୍ତ୍ରିମଣ୍ଡଳର ବିସ୍ତାର ପରେ  ହେବ । ଅନ୍ୟ ଏକ ରିପୋର୍ଟରେ ହେମନ୍ତଙ୍କ ସହିତ  ଆର୍‌ଜେଡି ଓ  କଂଗ୍ରେସର କିଛି  ବିଧାୟକ ମନ୍ତ୍ରୀ  ଭାବେ ଶପଥ  ନେଇପାରନ୍ତି ବୋଲି  କୁହାଯାଇଛି । ଆଉ  କିଛି ରିପୋର୍ଟ ଅନୁସାରେ, ଜେଏମ୍‌ଏମ୍‌ର ମେଣ୍ଟ  ସହଯୋଗୀ ସିପିଆଇ(ଏମ୍‌ଏଲ୍‌) ଅଦ୍ୟାବଧି  ସରକାରରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇନାହିଁ । ସେଥିଲାଗି ନଭେମ୍ବର ୨୯ରେ ଏକ  ବୈଠକ ଡକାଯାଇଛି । ସେଥିଯୋଗୁ ହେମନ୍ତ  ଏକୁଟିଆ ଶପଥ ନେଇପାରନ୍ତି । ସେପଟେ  ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ‘ଇଣ୍ଡିଆ’  ମେଣ୍ଟର ଶକ୍ତି ଦେଖିବାକୁ ମିଳିବ । 

ଅଦ୍ୟାବଧି ୧୦ଟି  ପାର୍ଟିର ୧୮ ଜଣ ବରିଷ୍ଠ ନେତା ସମାରୋହକୁ  ଆସିବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ  ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ,  ରାହୁଲ ଗାନ୍ଧୀ, ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ଶରଦ  ପାୱାର, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ,  ମେଘାଳୟ ମୁଖ୍ୟମନ୍ତ୍ରୀ, ଆପ୍‌ର ଆବାହକ ଅରବିନ୍ଦ କେଜରିୱାଲ, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ  ପ୍ରମୁଖ ସାମିଲ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.