ନୂଆଦିଲ୍ଲୀ ୨୨/୦୬: ଆମେରିକା-ଇରାନ ଯୁଦ୍ଧରେ ବିରାମ ଲାଗିଛି । ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଆଖିଦୃଶିଆ ହ୍ରାସ ହେଲାଣି । ଦେଶ ମଧ୍ୟରେ ପେଟ୍ରୋଲ-ଡିଜେଲ ଦର ହ୍ରାସ ହେବା ନେଇ ଖାଉଟି ଆଶାବାଦୀ ରହିଛନ୍ତି । ଏଭଳି ସ୍ଥିତିରେ ତେଲ ଦର ହ୍ରାସକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଭାସ ଦେଇଛନ୍ତି । ଦେଶକୁ ଶସ୍ତା ଅଶୋଧିତ ତେଲ ଆସିଲେ ପେଟ୍ରୋଲ-ଡିଜେଲ ଦର କମିପାରେ ବୋଲି ସେ କହିଛନ୍ତି ।
ଉତ୍ତରପ୍ରଦେଶର ସୋନ୍ଭଦ୍ର ଜିଲ୍ଲାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପୁରୀ କହିଛନ୍ତି, ବିଶ୍ୱ ବଜାରରେ ଅଶୋଧିତ ତେଲ ଦର କମିବା ପରେ ଏହାର କ୍ରୟ ନେଇ ତେଲ କମ୍ପାନି ମାନେ ଅର୍ଡର ଦେଇଛନ୍ତି । ଏହା ଭାରତରେ ପହଞ୍ଚିଲେ ଦର କମିପାରେ । ବର୍ତ୍ତମାନ କମ୍ପାନି ଗୁଡିକ ନିଜ ପାଖରେ ଗଚ୍ଛିତ ତେଲ ବ୍ୟବହାର କରୁଛନ୍ତି । ଏହାକୁ ଉଚ୍ଚ ମୂଲ୍ୟରେ କିଣାଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସର ଫାଇଦା ଖାଉଟିଙ୍କୁ ମିଳିବାକୁ କିଛି ସମୟ ଲାଗିବ ।
ଅଧିକ ପଢ଼ନ୍ତୁ :- Affordable EVs: ପେଟ୍ରୋଲ୍-ଡିଜେଲ୍ ଖର୍ଚ୍ଚରୁ ମିଳିବ ମୁକ୍ତି: ଭାରତର ସବୁଠାରୁ ଶସ୍ତା ୫ଟି ଇଲେକ୍ଟ୍ରିକ୍ କାର୍, ଦାମ୍ ୭ ଲକ୍ଷ ଟଙ୍କାରୁ ବି କମ୍