ବେରୁତ : ଏବେ ଇସ୍ରାଏଲ ବିରୋଧରେ ଯୁଦ୍ଧକୁ ଜୋରଦାର କରିବ ହିଜବୁଲ୍ଲା। ମୁଖିଆ ନସରଲ୍ଲାଙ୍କ ହତ୍ୟାର ନେବ ପ୍ରତିଶୋଧ। ଏହି ଆତଙ୍କୀ ଗ୍ରୁପ୍ର ମୁଖିଆ ନସରଲ୍ଲାଙ୍କୁ ଇସ୍ରାଏଲ ମାରି ଦେଇଥିଲା ଏବଂ ଏବେ ତାଙ୍କ ସ୍ଥାନ ନେବେ କମାଣ୍ଡର ନଇମ କାସିମ। ସେ ଏବେ ଇସ୍ରାଏଲ ବିରୋଧୀ ଯୁଦ୍ଧକୁ ଆଗେଇବେ। ଦୀର୍ଘ ଦିନରୁ ଚର୍ଚ୍ଚା ଚାଲିଥିଲା ଯେ , ନଇମ କାସିମ୍ଙ୍କୁ ନସରଲ୍ଲାଙ୍କ ସ୍ଥାନ ଦିଆ ଯାଇ ପାରେ, ଯାହା ଉପରେ ଏବେ ମୋହର ଲାଗିଛି। ଇସ୍ରାଏଲ ହମଲାର ଭୟରେ ସେ ତେହରାନରେ କେଉଁଠି ରହିଛନ୍ତି ଏବଂ ସେଠାରୁ ହିଜବୁଲ୍ଲାଙ୍କୁ କମାଣ୍ଡ କରୁଛନ୍ତି। ନସରୁଲ୍ଲାଙ୍କୁ ୨୭ ସେପ୍ଟେମ୍ୱରରେ ବେରୁତରେ ଇସ୍ରାଏଲର ଏକ ଭୟଙ୍କର ହମଲାରେ ମାରି ଦିଆଯାଇ ଥିଲା।
ହିଜବୁଲ୍ଲା ଏକ ବୟାନ ଜାରି କରି କହିଛି ଯେ, ନଇମ କାସିମଙ୍କୁ ଶୁରା କାଉନ୍ସିଲ ମୁଖିଆ ଭାବେ ନିଯୁକ୍ତ କରିଛି। ସେ ୧୯୯୧ ରୁ ହିଁ ହିଜବୁଲ୍ଲାର ଡେପୁଟୀ ଚିଫ୍ ଭାବେ କାମ କରୁ ଥିଲେ। ସେ ଦୀର୍ଘ ଦିନ ଯାଏ ହିଜବୁଲ୍ଲାର ପ୍ରବକ୍ତା ଭାବେ ମଧ୍ୟ କାମ କରି ସାରିଛନ୍ତି। ଖାଲି ଏତିକି ନୁହେଁ ହିଜବୁଲ୍ଲାର ପ୍ରୋପେଙ୍ଗେଣ୍ଡା ମଶିନରୀର ମଧ୍ୟ ସେ ପରିଚାଳନା କରୁଛି। ସେ ଅନେକ ଥର ବିଦେଶୀ ମିଡି଼ଆକୁ ଇଣ୍ଟରଭ୍ୟୁ ଦେଇଛନ୍ତି ଏବଂ ଇସ୍ରାଏଲର ବିରୋଧରେ ହିଜବୁଲ୍ଲାର ଏକ ଚେହେରା ଭାବେ ସାମନାକୁ ଆସୁଛନ୍ତି। ଏବେ ତାଙ୍କୁ ଦାୟିତ୍ୱ ଦେଇ ହିଜବୁଲ୍ଲା ପୁଣି ଥରେ ନିଜର କାର୍ଯ୍ୟକଳାପକୁ ଆଗକୁ ବଢାଇଛି।
କହି ରଖୁଛୁ କି ୨୭ ସେପ୍ଟେମ୍ୱରରେ ହିଜବୁଲ୍ଲା କମାଣ୍ଡର ନସରୁଲ୍ଲାଙ୍କୁ ମାରି ଦେଇଥିଲା। ଏହାସହ ଇସ୍ରାଏଲ ହିଜବୁଲ୍ଲାର ଆଉ ଜଣେ କମାଣ୍ଡର ହାସେମ୍ ସଫିଦିନଙ୍କୁ ମଧ୍ୟ ମାରି ଦେଇ ଥିଲା। ତାଙ୍କୁ ବି ନସରଲ୍ଲାଙ୍କରର ଉତ୍ତରାଧିକାରୀ ଭାବେ ଦେଖା ଯାଉ ଥିଲା , କିନ୍ତୁ ଏବେ ନଇମ କାସିମଙ୍କୁ ଏହି ଦାୟିତ୍ୱ ମିଳିଛି। ନସରଲ୍ଲାଙ୍କ ହତ୍ୟା ପରେ ସେହି ନଇମ କାସିମ ତିନି ଥର ମିଡ଼ିଆକୁ ମଧ୍ୟ ସମ୍ୱୋଧିତ କରିଥିଲେ। ସେ ୮ ଅକ୍ଟୋବରରେ ଦେଇଥିବା ନିଜର ଏକ ଭାଷଣରେ କହିଥିଲେ କି ମୁଁ ସିଜଫାୟରର ମଧ୍ୟ ସମର୍ଥନ କରୁଛି , ଯାହାକି ଲେବାନନର ଲୋକଙ୍କ ରକ୍ଷା କରାଯାଇ ପାରିବ।
ଉଲ୍ଲେଖନୀୟ ଯେ, ଏବେ ମଧ୍ୟ ଇସ୍ରାଏଲ ଗାଜା ବା ଲେବାନନରେ ସିଜଫାୟରରେ ସହମତି ପ୍ରକାଶ କରିନାହିଁ । ସେ ଲଗାତାର ଦୁଇ ଦେଶ ଉପରେ ହମଲା ଜାରି ରଖିଛି।