ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସମନ। ଦିଲ୍ଲୀ ପୁଲିସର ସାଇବର ସେଲ୍‌ ଏହି ଅଭିନେତ୍ରୀଙ୍କୁ ଏକ ଆପ୍‌-ଆଧାରିତ ଘୋଟାଲାର ଯାଞ୍ଚରେ ସାମିଲ ହେବାକୁ ୯ ଅକ୍ଟୋବରରେ ସମନ ଦେଇଛି। ଏହି ମାମଲା ‘HIBOX’ ମୋବାଇଲ ଆପ୍‌ ସହ ଜଡ଼ିତ, ଯାହାକି ନିବେଶକଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ଠକେଇର ଶିକାର ବନାଇଛି। ପୁଲିସ ରିୟାଙ୍କୁ ଦ୍ୱାରକା ସ୍ଥିତ ସାଇବର ସେଲ୍‌ କାର୍ଯ୍ୟାଳୟରେ ପଚରାପଚରି ପାଇଁ ଡକାଇଛି। ଏହି ଆପ୍‌ ୟୁଜରଙ୍କୁ ତାଙ୍କର ନିବେଶ ଉପରେ ନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଉଥିଲା, କିନ୍ତୁ ବାସ୍ତବରେ ଏହା ଅବୈଧ କାର୍ଯ୍ୟକଳାପର ମାଧ୍ୟମ ପାଲଟି ଗଲା। 

ଏହି ମାସର ଆରମ୍ଭରେ , ପୁଲିସ କହିଛି କି, ଏହି ଆପ୍‌ ବିରୋଧରେ ୫୦୦ରୁ ଅଧିକ ଅଭିଯୋଗ ରୁଜୁ କରାଯାଇଛି। ଅଭିଯୋଗକାରୀଙ୍କ ଅଭିଯୋଗ କି, ତାଙ୍କୁ ଏହି ଆପ୍‌ରେ ନିବେଶ କରିବା ପାଇଁ ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ଲୋକପ୍ରିୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରମୋଟ କରାଯାଇ ଥିଲା। ଏହି ଘୋଟାଲାର ଶିକାର ପାଖାପାଖି ୩୦,୦୦୦ ଲୋକ ହୋଇଛନ୍ତି , ଯାହାକି ମିଷ୍ଟ୍ରି ବକ୍ସ ସପିଂ ଓ ନିବେଶ ଯୋଜନା ଗୁଡ଼ିକରୁ ତ୍ୱରିତ ଲାଭ କରିବାକୁ ପ୍ରତିଶ୍ରୁତି ଦିଆ ଯାଇଥିଲା। ଆଇଏଫଏସଓ ୟୁନିଟ୍‌ ଏହି ଆପ୍‌ ମାଧ୍ୟମରେ ଚାଲୁଥିବା ଏକ ବଡ଼ ସଙ୍ଗଠନ ସମୂହର ପର୍ଦ୍ଦାଫାସ କରିଛି , ଯିଏକି ଲୋକଙ୍କୁ ଗାରେଣ୍ଟି ସହ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ଠକି ଚାଲିଥିଲା। ଏହି ଠକେଇକୁ ଅନେକ ବଡ଼ ବଡ଼ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ସ ଓ ୟୁଟ୍ୟୁବର୍ସ ପ୍ରମୋଟ କରିଥିଲେ। 

ଦିଲ୍ଲୀ ପୁଲିସ ଅନୁସାରେ, ଅନେକ ଲୋକଙ୍କୁ ଏହି ଆପ୍‌ ସହ ପରିଚିତ କରାଯାଇ ଥିଲା, ଯେବେ ବଡ଼ ବଡ଼ ୟୁଟ୍ୟୁବର୍ସ ଓ ଇନଫ୍ଲୁଏନ୍ସର୍ସ ଏହାକୁ ନିଜର ଲକ୍ଷ ଲକ୍ଷ ଫଲୋୟର୍ସ ସାମନାରେ ପ୍ରମୋଟ କରି ଥିଲେ। ଏହି ଘୋଟାଲାରେ ଯାଞ୍ଚ ଘେରକୁ ଆସିଥିବା ଅନ୍ୟ ଇନଫ୍ଲୁଏନ୍ସରଙ୍କ ମଧ୍ୟରେ ୟୁଟ୍ୟୁବର୍ସ ଅଭିଷେକ ମଲହାନ , ଏଲଭିଶ୍‌ ଯାଦବ , ଲକ୍ଷ୍ୟ ଚୌଧୁରୀ , ପୁରଭ ଝା ଓ କମେଡିଆନ ଭାରତୀ ସିଂ ସଂପୃକ୍ତ ଅଛନ୍ତି। ଦିଲ୍ଲୀ ପୁଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ୍ସ (ଆଇଏଫଏସଓ)ୟୁନିଟ୍‌ ( ସ୍ୱତନ୍ତ୍ର ପ୍ରକୋଷ୍ଠ) ଯାଞ୍ଚରେ ସାମିଲ ହେବାକୁ ଅଭିଷେକ ମଲହାନ, ଏଲଭିଶ ଯାଦବ, ଲକ୍ଷ୍ୟ ଚୋଧୁରୀ ଓ ପୁରବ ଝାଙ୍କୁ ନୋଟିସ୍ ମଧ୍ୟ ଜାରି କରି ଥିଲା। ମୋଟ ୯ ଜଣ ଇନଫ୍ଲୁଏନ୍ସର ଏହି ଆପ୍‌କୁ ପ୍ରମୋଟ କରିଥିଲେ।