ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଗଣତନ୍ତ୍ର ଦିବସ ପାଇଁ ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ

Published By : Suraj Kumar | January 25, 2025 10:06 PM

ମାଲକାନଗିରି, ୨୫।୧ :  ଗଣତନ୍ତ୍ର ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମାଲକାନଗିରି ଜିଲ୍ଲା ସ୍ତରୀୟ ପ୍ୟାରେଡରେ ମୁଖ୍ୟଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗ ଦେଇ ପତକା ଉତ୍ତୋଳନ କରିବେ। ସେଥି ନିମନ୍ତେ  ଜିଲ୍ଲାରେ ହାଇ ଆଲର୍ଟ ଜାରି ସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ ସନ୍ଧନୀ କୁକୁର ଦ୍ୱାରା ପରେଡ ସ୍ଥଳ ଯାଞ୍ଚ କରାଯାଇଛି।

 ରବିବାର ମାଲକାନଗିରି ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ ମଇଦାନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହେଉଛି। ମାଲକାନଗିରି ଜିଲ୍ଲାରେ କଡାପୁଲିସ ସୁରକ୍ଷା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି ।  ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସରେ ମତ୍ସ ଓ ପ୍ରାଣୀ ସମ୍ପଦ  ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ।    ଜିଲ୍ଲାସଦର ମହକୁମା ଠାରେ  ଆରକ୍ଷୀ ବାହିନୀ ଓ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀଙ୍କ ସହିତ ପୁଲିସ ବ୍ୟାଣ୍ଡପାର୍ଟି ପରେଡରେ ଭାଗ ନେବେ।ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲକରିଥିବା ବ୍ୟକ୍ତିବେଶଷଙ୍କୁ ମୁଖ୍ୟଅତିଥି  ସମ୍ମାନିତ କରିବେ । 

 ଗଣତନ୍ତ୍ର ଦିବସ ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବିଏସଏଫ ଯବାନ, ଏସଓଜି ଜବାନ, ଓଏପି, ଏପିଆର ପୁଲିସ ସହିତ ଏସଡିପିଓ, ଡିଏସପି, ଆସିଷ୍ଟାଣ୍ଡ କମାଣ୍ଡର,ଇନ୍ସପେକ୍ଟର, ସବଇନ୍ସପେକ୍ଟର, ଏଏସଆଇ, ହାବିଲଦାର, ହୋମଗାର୍ଡଙ୍କୁ ସୁରକ୍ଷା ପାଇଁ ମୁତୟନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.