ଭୁବନେଶ୍ବର,୧୨।୧୧ : ହାଇକୋର୍ଟ ଏଏସଓ ମୁଖ୍ୟ (ମେନ୍) ପରୀକ୍ଷା ବାତିଲ। ଗତ ଜୁଲାଇ ୧୩ ତାରିଖରେ ଏଏସଏଓ ମେନ୍ ପରୀକ୍ଷା ହୋଇଥିଲା।ପରୀକ୍ଷା ପରିଚାଳନା ପାଇଁ ନିୟୋଜିତ ସଂସ୍ଥା ଉପରେ ହାଇ କୋର୍ଟ ସନ୍ଦେହ ପ୍ରକାଶ କରିଛନ୍ତି। ପରୀକ୍ଷା ପ୍ରକ୍ରିୟାରେ ନିରପେକ୍ଷତା ଅବଲମ୍ବନ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ଡିସେମ୍ବର ୧୨ ତାରିଖରେ ପୁଣି ଥରେ ଏଏସଓ ମେନ ପରୀକ୍ଷା ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ମେ ୪ ତାରିଖରେ ଅନୁଷ୍ଠିତ ପ୍ରଲିମିନାରୀ ପରୀକ୍ଷାରେ ମନୋନୀତ ହୋଇଥିବା ୭୧୧୩ ଜଣ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ଦେଇଥିଲେ।