ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କେନ୍ଦୁଝରରେ ଡିଏମ୍‌ଏଫ୍‌ଟି ଫଣ୍ଡ୍‌ର ମନମୁଖି ଖର୍ଚ୍ଚ, ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya | January 7, 2025 10:52 AM

କଟକ,୦୭/୦୧: କେନ୍ଦୁଝର ଜିଲ୍ଲାରେ ଗଠିତ  ଜିଲ୍ଲା ମିନେରାଲ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌ (ଡିଏମ୍‌ଏଫଟି)ରେ ଥିବା ଅର୍ଥକୁ ମନମୁଖି ଭାବେ ଖର୍ଚ୍ଚ କରାଯାଇଥିବା ନେଇ  ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସ୍ତରୀୟ କମିଟି  (ଏସ୍‌ଏଲ୍‌ସି)କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଏହି କମିଟି ଅଭିଯୋଗର ଭିତ୍ତିଭୂମି ଏବଂ ଆଧାର କ’ଣ  ରହିଛି ତାହା ଉପରେ ମଧ୍ୟ ବିଚାର କରିବ । କମିଟିକୁ  ରାଜ୍ୟ ସରକାରଙ୍କ ଆଇନଜୀବୀ ଆବଶ୍ୟକ ରେକର୍ଡପତ୍ର  ଯୋଗାଇ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।   

ପ୍ରଥମେ ଆବେଦନକାରୀଙ୍କ ଅଭିଯୋଗ ଉପରେ  ଏସ୍‌ଏଲ୍‌ସି ବିଚାର କରିବ । ପରେ ଯଦି ଆବଶ୍ୟକ ପଡ଼େ  ହାଇକୋର୍ଟ ସେଥିରେ ହସ୍ତକ୍ଷେପ କରିବେ କି’ ନାହିଁ  ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ନିଆଯିବ । ମାର୍ଚ୍ଚ ୬ରେ  ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଯଦି ଆବଶ୍ୟକ ପଡ଼େ ଅଭିଯୋଗ ଆଧାରରେ ଏସ୍‌ଏଲ୍‌ସି ଆବଶ୍ୟକ  କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବ ବୋଲି ହାଇକୋର୍ଟ ତାଙ୍କ  ଆଦେଶରେ ସ୍ପଷ୍ଟ କରିଛନ୍ତି । ଶୁଭକାନ୍ତ ନାୟକଙ୍କ ପକ୍ଷରୁ  ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌  ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ  ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।  

ଆବେଦନକାରୀ ଅଭିଯୋଗ କରିଥିଲେ,  ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଖଣିଜ  ସମ୍ପଦରୁ ଆୟ ରାଜସ୍ୱକୁ ନେଇ ଡିଏମ୍‌ଏଫ୍‌ଟି ଗଠନ  ହୋଇଥିଲା । ଏହାର ଏକ ବୋର୍ଡ ମଧ୍ୟ ରହିଛି । ଏହି  ବୋର୍ଡର ଅନୁମୋଦନକ୍ରମେ ଏଥିରେ ଥିବା ଅର୍ଥ  ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯିବ । କିନ୍ତୁ  କିଛି ବର୍ଷରେ ବୋର୍ଡର ଅନୁମୋଦନ ବିନା ପ୍ରାୟ ଶହେ  କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଭଳି ବେଆଇନ  ଭାବେ ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ଏହାର ଉଚ୍ଚସ୍ତରୀୟ  ତଦନ୍ତ ଲାଗି ଆବେଦନକାରୀ ପ୍ରାର୍ଥନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.