ନୂଆଦିଲ୍ଲୀ,୨୪/୧୨: ହିମାଚଳପ୍ରଦେଶରେ ଜାରି ରହିଛି ବରଫ ବର୍ଷା। ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ କରିବାକୁ ଯାଇଥିବା ପର୍ଯ୍ୟଟକ ଫସିଲେ ।ମନାଲିରେ ବରଫ ବର୍ଷା ଯୋଗୁଁ ଏକାଧିକ ପର୍ଯ୍ୟଟକ ଫସିରହିଥିବା ଜଣାପଡ଼ିଛି । ସୋଲାଙ୍ଗରୁ ଅଟଳ ଟନେଲ ମଧ୍ୟରେ ଶହଶହ ଗାଡି ଫସି ରହିଛି । ଅଧିକ ଗହଳି ଯୋଗୁଁ ହଜାରରୁ ଅଧିକ ଗାଡି ଫସିରହିଥିବା ବେଳେ ୭୦୦ରୁ ଅଧିକ ଗାଡିକୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ପ୍ରାୟ ଏକ ହଜାର ଯାନବାହାନ ଟ୍ରାଫିକରେ ଫସି ରହିଥିଲେ। ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ କର୍ମଚାରୀମାନେ ଯାତ୍ରୀ ଏବଂ ଡ୍ରାଇଭରମାନଙ୍କୁ ସେମାନଙ୍କର ଯାନବାହାନ ଚଳାଚଳ କରିବାରେ ସାହାଯ୍ୟ କରିଥିଲେ। ତେବେ ବରଫ ଆଚ୍ଛାଦିତ ପର୍ବତମାଳାରେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଳନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଉଛି । ଡିସେମ୍ବର ୮ ତାରିଖରେ ପ୍ରଥମ ତୁଷାରପାତ ପରେ ଦୁଇ ସପ୍ତାହର ବ୍ୟବଧାନ ପରେ ଆରମ୍ଭ ହୋଇଥିବା ପୁଣିଥରେ ତୁଷାରପାତ କେବଳ ପର୍ଯ୍ୟଟକଙ୍କୁ ଖୁସି କରିନାହିଁ ବରଂ ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପର ମନୋବଳକୁ ମଧ୍ୟ ପୁନର୍ଜୀବିତ କରିଛି ।