ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

NCRC ରିପୋର୍ଟରୁ ଖୁଲାସା : ପାକିସ୍ତାନରେ ହିନ୍ଦୁ ଶିଶୁଙ୍କୁ ଜୋର ଜବରଦସ୍ତି କରାଯାଉଛି ଧର୍ମାନ୍ତରୀକରଣ, ରାଜି ନହେଲେ ଅକଥନୀୟ ନିର୍ଯାତନା

Published By : Rasmita Pradhan | August 11, 2025 8:38 AM

ନୂଆଦିଲ୍ଲୀ, ୧୧/୦୮ : ପାକିସ୍ତାନରେ ଘୃଣ୍ୟ କାମ। ଅଳ୍ପସଂଖ୍ୟକଙ୍କ ଉପରେ କରୁଛି ନାହିଁ ନଥିବା ଅତ୍ୟାଚାର। ହିନ୍ଦୁ ଶିଶୁମାନଙ୍କୁ ଜୋର ଜବରଦସ୍ତ କରାଯାଉଛି ଧର୍ମାନ୍ତରୀକରଣ। ରାଜି ନହେଲେ ଦିଆଯାଉଛି ଅକଥନୀୟ ନିର୍ଯାତନା। ପାକିସ୍ତାନର ରାଷ୍ଟ୍ରୀୟ ବାଲ ଅଧିକାର ଆୟୋଗର ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲାସା। NCRCର 'ପାକିସ୍ତାନରେ ସଂଖ୍ୟାଲଘୁ ଧର୍ମର ପିଲାମାନଙ୍କ ପରିସ୍ଥିତିର ବିଶ୍ଳେଷଣ' ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟରେ ପାକିସ୍ତାନରେ ସଂଖ୍ୟାଲଘୁ ଶିଶୁ ବିଶେଷକରି ଖ୍ରୀଷ୍ଟିଆନ ଏବଂ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଘୋର ଅତ୍ୟାଚାର ନେଇ ଖୁଲାସା ହୋଇଛି। ବ୍ୟବସ୍ଥାଗତ ପକ୍ଷପାତ, ସାଙ୍ଗଠନିକ ଅବହେଳା ଏବଂ ଉଦ୍ଦେଶ୍ୟମୂଳକ ନିର୍ଯାତନାର ଏକ ଭୟଙ୍କର ଚିତ୍ର ଦର୍ଶାଯାଇଛି। 

ଖ୍ରୀଷ୍ଟିଆନ ଡେଲି ଇଣ୍ଟରନ୍ୟାସନାଲ ଅନୁଯାୟୀ, ଏହି ରିପୋର୍ଟ ପାକିସ୍ତାନର ପ୍ରତିଦିନର ବାସ୍ତବତା ଉପରେ ଆଧାରିତ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପିଲାମାନେ ସମ୍ମୁଖୀନ ହେଉଥିବା ବଳପୂର୍ବକ ଧର୍ମାନ୍ତରୀକରଣ, ବାଲ୍ୟବିବାହ, ଶିଶୁ ଶ୍ରମିକ, ବନ୍ଧକ ଶ୍ରମିକ ଇତ୍ୟାଦି ଉପରେ ଏହା ଆଲୋକପାତ କରିଛି। ପାକିସ୍ତାନରେ ନିରନ୍ତର ଭାବେ ସଂଖ୍ୟାଲଘୁ ଶିଶୁମାନଙ୍କୁ ଜୋରଜବରଦସ୍ତି ଅପହରଣ କରି ସେମାନଙ୍କୁ ବୟସ୍କ ମୁସଲିମ ଲୋକଙ୍କ ସହ ବିବାହ କରାଯାଉଛି। ଏପ୍ରିଲ ୨୦୨୩ରୁ ୨୦୨୪ ମଧ୍ୟରେ ଏନସିଆରସିକୁ ହତ୍ୟା, ଅପହରଣ, ଧର୍ମାନ୍ତରୀକରଣ, ବାଲ୍ୟ ବିବାହ ସହ ଜଡ଼ିତ ୨୭ଟି ଅଭିଯୋଗ ଆସିଛି। ଖ୍ରୀଷ୍ଟିଆନ ଓ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ଇସଲାମ୍ ପାଠ୍ୟକ୍ରମ ପଢିବାକୁ ବାଧ୍ୟ କରାଯାଉଛି। ସ୍କୁଲ ଓ ଅନ୍ୟ ସାମାଜିକ ଭେଦଭାବର ଶିକାର ହେବାକୁ ପଡ଼ୁଛି। କ୍ଲାସ୍ ରୁମ୍‌ରେ ଆଗ ଧାଡ଼ିରେ ବସିବା ଓ ପ୍ରଶ୍ନ ପଚାରିବାର ଅଧିକାରରୁ ବଞ୍ଚିତ କରାଯାଉଛି। ଏପରିକି ସ୍କୁଲରେ ସଂଖ୍ୟାଲଘୁ ପିଲାମାନଙ୍କୁ ଗ୍ଲାସରେ ପାଣି ପିଇବାକୁ ବାରଣ କରାଯାଉଛି। ସେମାନଙ୍କୁ ଶିଶୁ ଶ୍ରମିକ ଭାବେ ଇଟା ଭାଟି ଓ କୃଷି କାର୍ଯ୍ୟରେ ନିୟୋଜିତ କରାଯାଉଛି।  

ପଞ୍ଜାବ ପ୍ରାନ୍ତରେ ଉତ୍କଟ ସ୍ଥିତି

ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଞ୍ଜାବ ପ୍ରାନ୍ତରେ ସଂଖ୍ୟାଲଘୁଙ୍କ ସ୍ଥିତି ଉତ୍କଟ ରହିଛି। ଏଠାରେ ୨୦୨୨ ଜାନୁଆରୀରୁ ୨୦୨୪ ସେପ୍ଟେମ୍ଵର ମଧ୍ୟରେ ଅଳ୍ପସଂଖ୍ୟକ ଶିଶୁଙ୍କ ଉପରେ ୪୦ ପ୍ରତିଶତ ଅଧିକ ଅପରାଧ ହୋଇଛି। ପୀଡ଼ିତଙ୍କ ମଧ୍ୟରେ ୫୪୭ ଖ୍ରୀଷ୍ଟିଆନ, ୩୨ ହିନ୍ଦୁ, ଦୁଇଜଣ ଅହମଦିଆ ଏବଂ ଦୁଇଜଣ ଶିଖ ସାମିଲ ଅଛନ୍ତି।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.