ନବରଙ୍ଗପୁର,୯୮( ଆପ୍ର) : ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ସହରର ହିର୍ଲିଡଙ୍ଗର ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ନବରଙ୍ଗପୁର ସହରର ହିର୍ଲିଡଙ୍ଗର ସଂପୂର୍ଣ୍ଣ ବିକାଶ କରାଯିବ ବୋଲି ସେ କହିଛନ୍ତି ।
ନବରଙ୍ଗପୁର ସହରର ଉପକଣ୍ଠ ହିର୍ଲି ପାହାଡ ଉପରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ସହରର ଠାରୁ ପ୍ରାୟ ୬୦ ଫୁଟ ଉଚ୍ଚତାରେ ରହିଛି। ପାହଡକୁ ଲାଗି କୁସୁମଝର ବିରାଟ ବଡ ଜଳାଶୟ ରହିଛି। ହିର୍ଲିର ଭ୍ୟୁ ପଏଣ୍ଟରୁ ସହରର ଚତୁଃପାର୍ଶ୍ଵର ଦୃଶ୍ୟକୁ ଉପମୁଖ୍ୟମନ୍ତ୍ରୀ ଦେଖିଥିଲେ । ଏହାର ସୌନ୍ଦର୍ଯ୍ୟକରଣ ସହିତ ପର୍ଯ୍ୟଟକଙ୍କ ପାଇଁ ଆନୁସଙ୍ଗିକ ସୁବିଧା ପ୍ରଦାନ କରାଗଲେ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ହିର୍ଲିଡଙ୍ଗର ସହରର ଏକ ମାତ୍ର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ । ତେଣୁ ଏହାର ବିକାଶ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି କହିଛନ୍ତି।
ଶନିବାର ସନ୍ଧ୍ୟାରେ ନବରଙ୍ଗପୁର ସର୍କିଟହାଉସ ପହଞ୍ଚିବା ପରେ ପୁଲିସ୍ ବାହୀନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନ୍ର ଦିଆଯାଇଥିଲା। ଏହା ପରେ ମା' ଭଣ୍ଡାରଘରଣୀ ମନ୍ଦିର ପହଞ୍ଚି ମା'ଙ୍କ ଦର୍ଶନ କରିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାପଦାଧୀକାରୀମାନେ ଉପସ୍ଥିତ ଥିଲେ।