ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗୋପାଳପୁର ବଜାରରେ ହିଟ୍ ଆଣ୍ଡ ରନ୍, ଲୋକଙ୍କ ଉପରେ ଚଢିଗଲା କାର୍, ୫ ଗୁରୁତର

Published By : Rasmita Pradhan | November 9, 2024 2:54 PM

ସୋର, ୦୯/୧୧ : ବାହାନଗା ବ୍ଲକ ଗୋପାଳପୁର ବଜାରରେ ହିଟ୍ ଆଣ୍ଡ ରନ୍। ଦ୍ରୁତ ଗତିରେ ଆସି ଭିଡ଼ ବଜାରରେ ଲୋକଙ୍କ ଉପରେ ଚଢିଗଲା କାର୍। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି। 

ସୂଚନାନୁଯାୟୀ, ଶନିବାର ଗୋପାଳପୁର ବଜାରରେ ପରିବା କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ କାର୍ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ଚଢି ଯାଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଗୋପାଳପୁର ଚିକିତ୍ସାଳୟ ପରେ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଥିବା କାର୍ ଫେରାର୍ ହୋଇଯାଇଛି। ଗୁରୁତରମାନେ ହେଲେ ଜଣେ ଆଇସ୍‌କ୍ରିମ୍ ବିକ୍ରେତା ଶ୍ରୀଧର ରାଉତ, ପରିବା ବିକାଳୀ ଧରଣୀଧର ସାହୁ, ବିକର୍ତନ ଜେନା, ସନାତନ ଜେନା, ଏବଂ ଗୁରୁପ୍ରସାଦ ଦାସ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.