ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହାଇଟେକ୍ ମେଡ଼ିକାଲ କଲେଜର ୧୫ତମ ସ୍ନାତକ ଉତ୍ସବ ‘ଚରକ-୨୦୨୫’

Published By : Gurupada Nath | April 26, 2025 7:30 PM

ଭୁବନେଶ୍ବର ୨୬/୪: ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ଭୁବନେଶ୍ଵର ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ୧୫୦୦ ମେଧାବୀ ଚିକିତ୍ସାବିତ୍ ସୃଷ୍ଟି କରି ଏକ ଅନନ୍ୟ ଇତିହାସ ସୃଷ୍ଟି କରିଛନ୍ତି । ଏହିପରି ଅବସ୍ଥା ଜାରି ରହିଲେ ଆଗାମୀ ଦିନରେ ଓଡ଼ିଶା ଭାରତରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ହାଇଟେକ୍ ମେଡିକାଲ କଲେଜର ଚରକ- ୨୦୨୫ ଉଦ୍‌ଘାଟନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି । 

ଓଡ଼ିଶାରେ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ଭୂମିକା ନିର୍ବାହ କରିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ ଭୁବନେଶ୍ଵର, ରାଉରକେଲା ଏବଂ ତିରୁପତି ବାଲାଜୀ ଠାରେ ମେଡିକାଲ କଲେଜ ମାଧ୍ୟମରେ ଅନେକ କୃତବିଦ୍ୟ ଚିକିତ୍ସାବିତ୍ ସୃଷ୍ଟି କରୁଛନ୍ତି । ଏହି ଅବସରରେ ହାଇଟେକ୍ ମେଡ଼ିକାଲ କଲେଜର ପ୍ରେକ୍ଷାଳୟରେ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ମେଡ଼ିକାଲ ବିଦ୍ୟାର୍ଥୀମାନଙ୍କର ସ୍ନାତକ ଉତ୍ସବ ସେମାନଙ୍କ ଜୀବନରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରୁ ଏବଂ ଏହା ମେଡ଼ିକାଲ ଡାକ୍ତର ମାନେ ଜୀବନସାରା କେବଳ ଶିଖିବାକୁ ପଡ଼ିଥାଏ । କେବେ ବି ସେମାନଙ୍କ ବିଦ୍ୟାର୍ଥୀ ଜୀବନ ଶେଷ ହୁଏ ନାହିଁ ବୋଲି କହିଥିଲେ । 

ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ପ୍ରିନ୍ସିପାଲ ପ୍ରଫେସର୍ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାଶ, ଓଡ଼ିଶା ୟୁନିଭରସିଟିର ହେଲ୍ଥ ସାଇନ୍ସର ଭାଇସ୍‌ ଚାନ୍ସେଲର ପ୍ରଫେସର୍ ଡ. ମାନସ ରଞ୍ଜନ ସାହୁ, ଏମ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ବିଶ୍ଵାସ ଉପସ୍ଥିତ ରହି ୧୦୦ ଜଣ ଡାକ୍ତରୀ ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବା ସହ ଆଗାମୀ ଦିନରେ ସେମାନେ ଓଡ଼ିଶା ପାଇଁ ଏକ ସ୍ଵତନ୍ତ୍ର ଭୂମିକା ନିର୍ବାହ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଉପାଧ୍ୟକ୍ଷା ପ୍ରଫେସର୍ ଡ. ଲିସା ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଡ. ଗୋପେଶ୍ଵର ଆଚାର୍ଯ୍ୟ ସହଯୋଗ କରିଥିଲେ । ହାଇଟେକ୍ ଗ୍ରୁପ୍‌ର ନର୍ସିଂ କଲେଜ ଏବଂ ବିଜ୍ଞାନ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ଵାରା ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.