ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ବାହାଘର ପୂର୍ବରୁ ଏଚଆଇଭି ଟେଷ୍ଟ ବାଧ୍ୟତାମୂଳକ, ନୂଆ ନିୟମ ଆଣିବେ ଏହି ରାଜ୍ୟ ସରକାର

Published By : Rasmita Pradhan | July 25, 2025 3:13 PM

image source : navbharattimes

ନୂଆଦିଲ୍ଲୀ, ୨୫/୦୭ : ମେଘାଳୟରେ କାୟା ବିସ୍ତାର କରିଛି ଏଡ୍‌ସ୍। ଅସୁରକ୍ଷିତ ଯୌନ ସମ୍ପର୍କରୁ ମାଡ଼ୁଛି ମାରାତ୍ମକ ରୋଗ। ଚିନ୍ତା ପ୍ରକଟ କଲେ ସ୍ଵାସ୍ଥ୍ୟମନ୍ତ୍ରୀ ଏମ୍ପରିନ ଲିଙ୍ଗଦୋହ। ବାହାଘର ପୂର୍ବରୁ ଏଚଆଇଭି ଟେଷ୍ଟ ହେବ ବାଧ୍ୟତାମୂଳକ। ବିନା ଟେଷ୍ଟରେ ନୋ ମ୍ୟାରେଜ୍। ଏଥିପାଇଁ ଖୁବ୍ ଶୀଘ୍ର ଆସିବ ଆଇନ। ପ୍ରସ୍ତୁତି ଚଳାଇଛନ୍ତି ମେଘାଳୟ ସରକାର। ଏହି ନିୟମ ଲାଗୁ ହେଲେ, ଆଗେ ଏଚଆଇଭି ଟେଷ୍ଟ ତାପରେ ବାହାଘର।

ଏଚଆଇଭି ମାମଲାରେ ଦେଶର ଷଷ୍ଠ ସ୍ଥାନରେ ରହିଛି ମେଘାଳୟ। ତେଣୁ ଏଡ୍‌ସ୍ ନେଇ ଖୁବଶୀଘ୍ର ନୂଆ ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏବେ ବିବାହ ପୂର୍ବରୁ ଏଚଆଇଭି ଟେଷ୍ଟ ବାଧ୍ୟତାମୂଳକ ହେବ। ଏନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଛି। ଏହି ବୈଠକରେ ଏଡ୍‌ସ୍ ଉପରେ ନୂଆ ନୀତି ଆଣିବାକୁ ଆଲୋଚନା ହୋଇଛି। ସ୍ଵାସ୍ଥ୍ୟ ବିଭାଗକୁ ଏ ସମ୍ପର୍କରେ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲାରେ ୩ ହଜାର ୪୩୨ ଏଡ୍‌ସ୍ ମାମଲା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୧୫ ଶହ ୮୧ ରୋଗୀଙ୍କ ଚିକିତ୍ସା ଚାଲିଛି। ଅସୁରକ୍ଷିତ ଯୌନ ସମ୍ପର୍କ ଏହାର ମୁଖ୍ୟ କାରଣ ପାଲଟିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ମେଘାଳୟରେ ଏଡ୍‌ସ୍ ମାଡ଼ିବାରେ ଲାଗିଛି। ଯାହାକି ଚିନ୍ତାର ବିଷୟ। ତେଣୁ ମେଘାଳୟରେ ଏଚଆଇଭି ଟେଷ୍ଟ ବାଧ୍ୟତାମୂଳକ ହେବ। ଏହା ପୁରା ସମାଜ ପାଇଁ ଲାଭଦାୟକ ହେବ। ଟେଷ୍ଟ ପରେ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରତି ବ୍ୟକ୍ତିଙ୍କ ଚିକିତ୍ସା କରାଯିବ। ଏଡସ୍‌ ଏକ ଘାତକ ରୋଗ ନୁହେଁ। ଯଦି ଗୋଆରେ ଏଚଆଇଭି ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ତାହେଲେ ମେଘାଳୟରେ କାହିଁକି ହୋଇପାରିବ ନାହିଁ ?


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.