ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିମାନରେ ବୋମା ଧମକ, ସୋସିଆଲ ମିଡିଆ ପ୍ଲାଷ୍ଟଫର୍ମ ‘ଏକ୍ସ’ ଉପରେ ବର୍ଷିଲେ କେନ୍ଦ୍ର ସରକାର

Published By : Harapriya Biswal | October 23, 2024 6:02 PM

ନୂଆଦିଲ୍ଲୀ,୨୩।୧୦: ଗତ କିଛି ଦିନ ହେବ ଘରୋଇ ଓ ଅନ୍ତର୍ଜାତୀୟ ବିମାନକୁ ବମ୍‌ ଧମକ ମିଳିବାରେ ଲାଗିଛି। ଏହାପରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ କଡା ଭର୍ତ୍ସନା କରିବା ସହ ଏହାକୁ ପ୍ରୋତ୍ସାହନ ଦେଉଥିବା ନେଇ ଦାୟୀ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ଏଭଳି ଗୁଜବର ମୁକାବିଲା ପାଇଁ ‘ଏକ୍ସ’ କ’ଣ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ କରୁନାହିଁ ? ଇଲୋକ୍ଟେ୍ରାନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ପକ୍ଷରୁ ଡକାଯାଇଥିବା ଏହି ମିଟିଂରେ ଏୟାରଲାଇନ୍ସ ଅଧିକାରୀ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଓ ମେଟା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। 

ଉଲ୍ଲେଖନୀୟ ଯେ, ପ୍ରଥମେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାୟଡୁ କହିଛନ୍ତି, ବିମାନ କମ୍ପାନୀକୁ ହକ୍ସ କଲ୍‌ କରିବାର ଏହି ବଡ ଅପରାଧ ଶ୍ରେଣୀରେ ରଖାଯିବ। ଗତ କିଛି ସମୟ ଧରି ବହୁ ବିମାନ କମ୍ପାନୀକୁ ବିମାନରେ ବମ୍ ରଖିଥିବା ନେଇ ମିଛ ଫୋନ୍ କଲା ଆସିଥିଲା, ଏହାପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେ ସାମ୍ବାଦିକ ସମ୍ମଳନୀ ବେଳେ ଏହାକୁ ସମ୍ବୋଦନଶୀଳ ସ୍ଥିତି ବୋଲି କହିଥିଲେ। 

ନାଇଡୁ କହିଛନ୍ତି କହିଛନ୍ତି  ଏଭଳି ହକ୍ସ କଲ୍ କରୁଥିବା ଲୋକଙ୍କୁ ବିମାନ କମ୍ପାନୀ ନୋ ଫ୍ଲାଇ ଲିଷ୍ଟରେ ରଖାଯାଉ। ଆମକୁ ବାରମ୍ବାର ଏଭଳି ହକ୍ସ କଲ୍‌ ଆସିବାରେ ଲାଗିଛି। ଏଭଳି ମାମଲାକୁ ନେଇ ଆମେ ବହୁ ବୈଠକ କରିଛୁ। ସବୁ ସ୍ତରର ବୈଠକ ମଧ୍ୟ ହୋଇଛି। ଏହି ବୈଠକ ପରେ ଆମେ ଏହାର ପହଁଞ୍ଚିବା ପରେ ଆମକୁ ନିୟମରେ ସଂଶୋଧନ କରିବାର ଦରକାର ପଡିଯାଏ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.