ରାଞ୍ଚି, ୨୫/୦୧: ପୁରୁଷ ଏସ୍ଆଇଏଲରେ ଶୁକ୍ରବାର ବେଙ୍ଗଲ ଟାଇଗର୍ସ ୫-୩ ଗୋଲରେ ବେଦାନ୍ତ କଳିଙ୍ଗ ଲାନସର୍ସକୁ ପରାସ୍ତ କରିଛି । ସିଜନରେ ଏ ପର୍ଯ୍ୟନ୍ତ ୫ଟି ବିଜୟ ସହ ଦଳ ମୋଟ୍ ୧୫ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ବେଦାନ୍ତ କଳିଙ୍ଗ ଲାନସର୍ସ ୧୫ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ।
ପ୍ରଥମ କ୍ୱାର୍ଟରରେ ଭଲ ଆରମ୍ଭ କରିଥିଲା ଲାନସର୍ସ । ୫ ଓ ୧୧ ମିନିଟରେ ୨ଟି ଗୋଲ୍ ସ୍କୋର କରିଥିଲା । ଟାଇଗର୍ସ ୧୦ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିବାରେ ସଫଳ ରହିଥିଲା । ପୁଣି ଦ୍ୱିତୀୟ କ୍ୱାର୍ଟରରେ ୨ଟି ଗୋଲ୍ ଦେଇ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୩-୨ରେ ଅଗ୍ରଣୀ ଲାଭ କରିଥିଲା ଟାଇଗର୍ସ । ତୃତୀୟ କ୍ୱାର୍ଟର ଆରମ୍ଭରୁ ଚତୁର୍ଥ ଗୋଲ୍ ଦେଇ ଦଳ ସ୍ଥିତି ମଜବୁତ କରିଥିଲା । ଲାନସର୍ସ ୩୩ ମିନିଟରେ ତୃତୀୟ ଗୋଲ ଦେଇଥିଲା ।
୪୦ ମିନିଟରେ ପଞ୍ଚମ ଗୋଲ୍ ଦେଇ ଟାଇଗର୍ସ ମ୍ୟାଚ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଜାହିର କରିଥିଲା । ଶେଷ ୨୦ ମିନିଟ ଖେଳ ସଂଘର୍ଷପୂର୍ଣ୍ଣ ଥିଲା । ଲାନସର୍ସ ବହୁ ପ୍ରୟାସ କରି ଆଉ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇନଥିଲା । ଶେଷରେ ୩-୫ ଗୋଲରେ ପରାଜିତ ହୋଇଥିଲା ।