ଭୁବନେଶ୍ୱର/ରାଉରକେଲା ୧୩/୦୧: କ୍ରମାନ୍ୱୟରେ ୨ଟି ମ୍ୟାଚ୍‌  ଜିତିବା ପରେ ବେଦାନ୍ତ କଳିଙ୍ଗ ଲାନସର୍ସ ରବିବାର ପୁଣି ପରାଜିତ ହୋଇଛି । ହାଇଦ୍ରାବାଦ ତୁଫାନ୍ସ ଠାରୁ ଦଳ ୫-୧ ଗୋଲରେ  ପରାସ୍ତ ହୋଇ ଏଚ୍‌ଆଇଏଲ୍‌ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନକୁ ଖସି ଆସିଛି। 

ହାଇଦ୍ରାବାଦର ପ୍ରଭାବୀ  ପ୍ରଦର୍ଶନ ସାମ୍ନାରେ ଲାନସର୍ସ  ଫିକା ପଡ଼ିଯାଇଥିଲା । ଯଦିଓ  ଲାନସର୍ସ ପ୍ରଥମେ (୫  ମିନିଟ) ଖାତା ଖୋଲିଥିଲା । ମାତ୍ର ପରେ ହାଇଦ୍ରାବାଦ ଏମିତି ପ୍ରଦର୍ଶନ  କରିଥିଲା ଯେ ବିପକ୍ଷ ଦଳକୁ କୌଣସି  ସୁଯୋଗ ଦେଇ ନଥିଲା । ୬, ୨୧, ୩୦,  ୪୭ ଓ ୫୪ ମିନିଟରେ ଗୋଲ୍‌ ଦେଇ  ହାଇଦ୍ରାବାଦ ମ୍ୟାଚ୍‌କୁ ଜିତି ନେଇଥିଲା ।  ଗୋଞ୍ଜାଲୋ ପେଲାଟ୍‌ ଡବଲ ଗୋଲ ସ୍କୋର  କରିଥିଲେ । ବହୁ ପ୍ରୟାସ କରି ଲାନସର୍ସ  ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିପାରି ନଥିଲା । 

ହାଇଦ୍ରାବାଦ ୬ଟି ମ୍ୟାଚ୍‌ରୁ ୧୦ ପଏଣ୍ଟ  ପାଇ ଟେବୁଲର ଦ୍ୱିତୀୟ ସ୍ଥାନ ଏବଂ ତାମିଲନାଡୁ  ଡ୍ରାଗନ୍ସ ୧୨ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି।