ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ହକିର ପ୍ରଚାର କରୁଛନ୍ତି ‘ଆଫ୍ରିକା ଟୋକା’, ଇନ୍‌ଷ୍ଟାରେ ୩୮.୪ ହଜାର ଅଧିକ ଫଲୋର୍ସ

Published By : Prameya | February 2, 2025 1:07 PM

ରାଉରକେଲା,୦୨/୦୨:  ହକି ଇଣ୍ଡିଆ ଲିଗ୍‌ରେ ଜଣେ କୁନି ବିସ୍ମୟ ଟୁର୍ଣ୍ଣାମେଣ୍ଟର ପ୍ରଚାର ପ୍ରସାର  ଦାୟିତ୍ୱରେ ରହିଥିଲେ । ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ବିଶେଷ ପାସ୍‌ ପ୍ରଦାନ  କରାଯାଇଥିଲା । ସେ ହେଉଛନ୍ତି ୯  ବର୍ଷୀୟ ତର୍ସ ଲାଇଚେଟୀ । ବାପା  ଦିନେଶ ଲାଇଚେଟୀ ହେଲେ ରାଉରକେଲାର ଅଧିବାସୀ । ମା’  ଜଜେଲା ଆଫ୍ରିକୀୟ । ଆଙ୍ଗୋଲାରେ  ତାଙ୍କ ଘର । ତର୍ସ ବାପାଙ୍କ ସହ  ରାଉରକେଲା ବାସନ୍ତୀ କଲୋନୀରେ  ରହୁଛନ୍ତି । ସେ ଦ୍ୱିତୀୟ ଶ୍ରେଣୀରେ  ଏକ ଘରୋଇ ସ୍କୁଲରେ ପଢ଼ୁଛନ୍ତି । 

ତର୍ସଙ୍କ ବିଶେଷତ୍ୱ ହେଉଛି, ବାପା  ଦିନେଶ ଓ ମା’ ଜଜେଲା ତାଙ୍କ ନାମରେ  ଇନଷ୍ଟାରେ ଏକ ଆକାଉଣ୍ଟ ଖୋଲିଛନ୍ତି ।  ଯାହାର ନାମ ରଖିଛନ୍ତି ‘ଆଫ୍ରିକା  ଟୋକା’ । ଖୁବ ଅଳ୍ପ ଦିନରେ ତାଙ୍କର  ୩୮.୪ ହଜାର ଅନୁଗାମୀ ହେଲେଣି ।  

ତର୍ସ ୫ଟି ଭାଷା ଯଥା ଓଡ଼ିଆ,  ଇଂରାଜୀ, ହିନ୍ଦୀ, ସ୍ପାନିଶ ଓ ପର୍ତ୍ତୁଗିଜ  ବେଶ ପ୍ରାଞ୍ଜଳ ଭାବେ କହି ପାରୁଛନ୍ତି । ଦିନେଶ ଏବେ ଚୀନରେ ଚାକିରି  କରନ୍ତି । ପିଲାମାନଙ୍କୁ ଏଠାରେ ରଖି  ପାଠ ପଢ଼ାଉଛନ୍ତି । ସେ କହିଛନ୍ତି,  ‘ମୁଁ ରାଉରକେଲାର ଅଧିବାସୀ । ମୋ  ବାପା ଏଠାରେ ଚାକିରି କରୁଥିଲେ । ମୁଁ ଜଜେଲାଙ୍କୁ ବିବାହ କରିବା ପରେ  ଆମର ଦୁଇଟି ସନ୍ତାନ । ସେମାନେ  ଏଠାରେ ପାଠ ପଢ଼ୁଛନ୍ତି ।’ 

ତର୍ସ ହକି, ଫୁଟବଲ ଖେଳକୁ  ଭଲ ପାଆନ୍ତି । ଲିଓନେଲ ମେସି  ତାଙ୍କର ପ୍ରିୟ ଖେଳାଳି । ସେ  କହିଛନ୍ତି, ‘ଫୁଟବଲ ମୋର ଅତି  ପ୍ରିୟ । ହକି ମଧ୍ୟ ଖେଳିବାକୁ ଭଲ  ପାଏ । ଇନ୍‌ଷ୍ଟାରେ ମୋର ୩୮.୪  ହଜାର ଅନୁଗାମୀ ଅଛନ୍ତି । ଏହାକୁ  ୧ ମିଲିୟନ କରିବାକୁ ଚାହେଁ । ମେସି ହେଉଛନ୍ତି ମୋର ପ୍ରିୟ ଖେଳାଳି ।’ 

ଅନର୍ଗଳ ଓଡ଼ିଆ ଓ ହିନ୍ଦୀ  ଦେଶାତ୍ମକ ଗୀତ ଗାନ କରିପାରୁଛନ୍ତି  ତର୍ସ  । ‘ଏଇ ଦେଶ ଏଇ ମାଟି...’  ଗାନ କରି ସେ ଶୁଣାଇଥିଲେ । ‘ହକି ଇଣ୍ଡିଆ ମୋତେ ହକି ଇଣ୍ଡିଆ ଲିଗର  ପ୍ରଚାର ପ୍ରସାର କରିବାକୁ ସୁଯୋଗ  ଦେଇଥିବାରୁ ମୁଁ ଖୁସି ରହିଛି ବୋଲି  ତର୍ସ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.