କେନ୍ଦ୍ରାପଡ଼ା,୧୦/୦୭: କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ ହୋମଗାର୍ଡ ହିମାଂଶୁ ସେଠୀ(ଅଜୁ) ବୋଲି ଜଣାପଡ଼ିଛି । ଅଜୁଙ୍କୁ ମୃତ୍ୟୁବେଳକୁ ପ୍ରାୟ ୩୫ ବର୍ଷ ହୋଇଥିଲା।
ସୂଚନା ଅନୁଯାୟୀ, ଅଜୁଙ୍କର ଗଲା ଦୁଇ ବର୍ଷ ହେବ ବିବାହ ହୋଇଥିଲା। ତାଙ୍କ ପତ୍ନୀ ୭ ମାସର ଗର୍ଭବତୀ ଅଛନ୍ତି। ଅଜୁ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜଜାଙ୍ଗସ୍ଥିତ ଏସପିଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । କେନ୍ଦ୍ରାପଡ଼ା ସହରର ମୀରପାଟଣା ଗ୍ରାମରେ ତାଙ୍କ ଘର । ବୁଧବାର ରାତି ପ୍ରାୟ ୩ଟା ବେଳକୁ ଡ୍ୟୁଟି କରିବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ଏସମ୍ପର୍କରେ ଅଭିଯୋଗ ପାଇ ସଦର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।