ନୂଆଦିଲ୍ଲୀ : ପାଦ ଫୁଲିବା ଏକ ସାଧାରଣ କଥା। ଏହା ଅନେକ କାରଣରୁ ହୋଇ ଥାଇପାରେ। କିଛି ସାଧାରଣ କାରଣ ମଧ୍ୟରେ ରହିଛି ବହୁ ସମୟ ଧରି ଠିଆ ହେବା , ବସି ରହିବା , ଆଘାତ , ପ୍ରେଗନେନ୍ସି ଓ କିଛି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ବ୍ୟତୀତ ଗୁରୁତର କିଡୀନ ବା ଲିଭରର ସମସ୍ୟା ହେବାରେ ପାଦରେ ଫୁଲା ଦେଖା ଦେଇଥାଏ। ଯଦି ସାଧାରଣ କାରଣରୁ ଆପଣଙ୍କର ପାଦରେ ଫୁଲି ଯାଉଛି ତ ଆପଣ ଏଥିରୁ ବର୍ତ୍ତିବା ପାଇଁ ଘରୋଇ ଉପାୟ ଆପଣାଇ ପାରିବେ। ଆସନ୍ତୁ ଏବେ ଜାଣିବା ପାଦ ଫୁଲା ପାଇଁ କିଛି ଘରୋଇ ଚିକିତ୍ସା ବିଷୟରେ –

ପାଦର ଫୁଲା ହ୍ରାସ କରିବାକୁ ଖୁବ୍‌ ଉପଯୋଗୀ ଘରୋଇ ଚିକିତ୍ସା –

୧- ଆପଣ ଲାଗିଥିବା ଆଘାତରେ ଆଇସ୍‌ ପ୍ୟାକ୍‌ ବା ଆଇସ୍‌ ବାଥ୍‌ ଭଳି ଥଣ୍ଡା ଥେରେପି ନେଇ ପାରିବେ। ବରଫ ଆପଣଙ୍କ ବ୍ଲଡ୍‌ ଭେସେଲ୍ସକୁ ସଙ୍କୁଚିତ କରିପାରେ ଏବଂ ରକ୍ତ ପ୍ରବାହକୁ କମ୍‌ କରିପାରେ। ଏହାଦ୍ୱାରା ଫୁଲି ଥିବା ପାଦରେ ବରଫ ଲଗାଇବା ଦ୍ୱାରା ଆରାମ ମିଳିବ। 

୨- ପାଦ ଫୁଲାରୁ ତୁରନ୍ତ ବର୍ତ୍ତିବା ପାଇଁ ଆପ୍ସମ୍‌ ସଲ୍ଟର ଜଳର ଟବ୍‌ରେ ପାଦକୁ ବୁଡ଼ାଇ ରଖନ୍ତୁ। ଗରମ ପାଣିର ବାଥଟବ୍‌ରେ ଏକ କପ୍‌ ଆପ୍ସମ୍‌ ସଲ୍ଟ ମିଶାନ୍ତୁ ଏବଂ ପାଖାପାଖି ୨୦ ମିନିଟ୍‌ ଯାଏ ବୁଡ଼ାଇ ରଖନ୍ତୁ। 

୩- ଆପଣଙ୍କ ଗୋଡ଼କୁ ଉପରକୁ ଉଠାଇବା ଦ୍ୱାରା ଆପଣଙ୍କ ଶିରା ଉପରେ କାର୍ଯ୍ୟଭାର ହ୍ରାସ କରିବାରେ ସାହାଯ୍ୟ ମିଳି ପାରେ ଏବଂ ରକ୍ତକୁ କମ୍ ପ୍ରତିରୋଧ ସହ ହାର୍ଟକୁ ଫେରିବାରେ ସାହାଯ୍ୟ ମିଳିଥାଏ। ଏମିତି କରିବା ପାଇଁ ଶେଯରେ ଶୋଇ ଯା'ନ୍ତୁ ଏବଂ ପାଦ ତଳେ ତକିଆ ଲଗାଇ ତାକୁ ଉଠା କରନ୍ତୁ। 

୪- ଫୁଲାକୁ ଦୂର କରିବା ପାଇଁ କମ୍ପ୍ରେସନ ଷ୍ଟକିଙ୍ଗସ ପିନ୍ଧନ୍ତୁ। କମ୍ପ୍ରେସନ ଷ୍ଟକିଙ୍ଗସ ଆପଣଙ୍କ ପାଦ ଓ ଗୋଇଠିରେ ଚାପ ପକାଇ ଥାଏ , ଯାହା ରକ୍ତ ପ୍ରବାହକୁ ଠିକ୍‌ କରିବା ଓ ଫ୍ଲୁଏଡ୍‌ ନିର୍ମାଣକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

ପାଦ ଫୁଲାରୁ ବର୍ତ୍ତିବା ପାଇଁ ଏହି କଥାକୁ ଧ୍ୟାନରେ ରଖନ୍ତୁ –

୧- ଦୀର୍ଘ ସମୟ ଯାଏ ଠିଆ ରହିବା ବା ବସିବାରୁ ନିବୃତ୍ତ ରୁହନ୍ତୁ ,କାରଣ ଏଥିରେ ଫୁଲା ଆହୁରି ବଢି ପାରେ। 

୨- ଚାଲିବା ଭଳି ହାଲକା ଏକ୍ସରସାଇଜ୍‌ ରକ୍ତ ପ୍ରବାହକୁ ଉନ୍ନତ କରିପାରେ ଏବଂ ଫୁଲାକୁ କମ୍‌ କରିବାରେ ସାହାଯ୍ୟ କରିପାରେ। 

୩- ପ୍ରଚୁର ପରିମାଣରେ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରୁ ଟକ୍ସିନ୍‌ ବାହାରି ଯାଏ। 

୪- ପାଦ ଫୁଲାରୁ ବର୍ତ୍ତିବା ପାଇଁ ଟାଇଟ୍‌ କପଡା ବା ଆକ୍ସେସରିଜ୍‌ ପିନ୍ଧିବାରୁ ଦୂରେଇ ରୁହନ୍ତୁ। କାରଣ ଅଧିକ ଟାଇଟ୍‌ ଜିନିଷକୁ ପିନ୍ଧିବା ଦ୍ୱାରା ରକ୍ତ ପ୍ରବାହ ରହି ଯାଇପାରେ ଏବଂ ଫୁଲା ବଢି ଯାଇ ପାରେ।

୫- ବହୁତ ଅଧିକ ଲୁଣରେ ଶରୀରେ ତରଳ ପଦାର୍ଥ ଜମା ହୋଇପାରେ, ଏଥିପାଇଁ ଆପଣ ସୋଡିୟମର ମାତ୍ରାକୁ କମାଇବାକୁ ଚେଷ୍ଟା କରନ୍ତୁ। 

୬- କମ୍ ହିଲ୍ସ ଓ ନରମ୍‌ ସୋଲ୍‌ ଥିବା ଆରାମଦାୟକ ଜୋତା ପିନ୍ଧନ୍ତୁ।