ମେଷ:ଏକାଦଶ ଚନ୍ଦ୍ର, କର୍ମକ୍ଷେତ୍ରରେ ଉନ୍ନତି, ଉଚ୍ଚପଦ ପ୍ରାପ୍ତିହେବ, ବ୍ୟବହାରରେ ଉନ୍ନତି, କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତିହେବ। ମହିଳା ମାନଙ୍କ ମନ ପ୍ରଫୁଲ୍ଲ ରହିବ । ଗୃହେ ଆନନ୍ଦ, ଧନପ୍ରାପ୍ତି ହେବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନଙ୍କୁ ସଫଳତା ମିଳିବ । ମାନସିକ ଓ ଶାରୀରିକ ଚିନ୍ତା ଦୂରହେବ । ରାଜନୀତି କ୍ଷେତ୍ରରେ ସଫଳତା ମିଳିବ । କାର୍ଯ୍ୟସିଦ୍ଧିହେବ, ଚାକିରି କ୍ଷେତ୍ରରେ ଉନ୍ନତିହେବ । ଉଚ୍ଚପଦସ୍ଥ ଅଫିସର ମାନଙ୍କ ଠାରୁ ସହଯୋଗ ମିଳିବ ।

ଶୁଭରଙ୍ଗ : ନାଲି, ହଳଦିଆ, କମଳା

ବୃଷ :ଦଶମଚନ୍ଦ୍ର, ନୂତନ ଦ୍ରବ୍ୟଲାଭ, ଜମିକିଣି ପାରନ୍ତି, ହଜିଯାଇଥିବା ଦ୍ରବ୍ୟ ପ୍ରାପ୍ତିହେବ, ନୂଆ ଦ୍ରବ୍ୟକ୍ରୟ କରିପାରିବେ, ଗୃହେ ଆନନ୍ଦ, ଧନପ୍ରାପ୍ତି, ଆର୍ଥିକ ଉନ୍ନତି ଯୋଗ, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, ମାଲିମକଦ୍ଦମାରେ ଜୟଯୁକ୍ତ ହେବେ, କଥାବାର୍ତ୍ତା କରିବା ବେଳେ ସତର୍କତା ଅବଲମ୍ବନ କରିବେ । ବୃଥା ଭ୍ରମଣଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ, ସମାଜରେ ସମ୍ମାନ ପ୍ରାପ୍ତିହେବ।

ଶୁଭରଙ୍ଗ : ଧଳା, ସବୁଜ

ମିଥୁନ :ନବମ ଚନ୍ଦ୍ର, ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ, ଦେବ ଦର୍ଶନ ଯୋଗ, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, ଧନପ୍ରାପ୍ତିଯୋଗ, କର୍ମକ୍ଷେତ୍ରରେ ଉନ୍ନତି, ଭାଗ୍ୟ ପରିବର୍ତ୍ତନ ଯୋଗ, ଦୂରଯାତ୍ରା କରିପାରିବେ ନାହିଁ, ମାନସିକ ଚିନ୍ତା ଲାଗି ରହିବ, କଳହଭୟ, ଶରୀର ଅସୁସ୍ଥ ରହିପାରେ । କର୍ମରେ ଟିକେ ବାଧା ଘଟିପାରେ । ପଡ଼ୋଶୀଙ୍କ ସହିତ ମନୋମାଳିନ୍ୟ ଘଟିପାରେ ।

ଶୁଭରଙ୍ଗ : ଈଷତ୍ ଧଳା ଓ ସବୁଜ

କର୍କଟ :ଆୟଠାରୁ ବ୍ୟୟ ଅଧିକ ରହିପାରେ, ବୃଥା ଭ୍ରମଣ, ଅଯଥା ଖର୍ଚ୍ଚଯୋଗ, ବାଣିଜ୍ୟ, ବ୍ୟବସାୟରେ ଲାଭ ହୋଇପାରେ । ଋଣ ଦେବା ନେବାରେ ସତର୍କ ହେବେ । ମାନସିକ ଅଶାନ୍ତି ବଢ଼ିପାରେ । ଗୃହେ ଆନନ୍ଦ, କର୍ମକ୍ଷେତ୍ରରେ ମତଭେଦ ହୋଇପାରେ । ନିଜର ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ଆଂଶିକ ସଫଳ ହେବେ ।

ଶୁଭରଙ୍ଗ : ଧଳା, ପାଉଁଶିଆ ଓ ନାଲି

ସିଂହ :ସପ୍ତମଚନ୍ଦ୍ର, ବସ୍ତ୍ରଭୂଷଣ ଲାଭ ହେବ, ନୂତନ ବସ୍ତୁକ୍ରୟ କରିପାରିବେ । ଆକସ୍ମିକଲାଭ ଯୋଗ ଅଛି, ସ୍ୱାଦିଷ୍ଟ ଭୋଜନ, କର୍ମକ୍ଷେତ୍ରରେ ସାମାନ୍ୟ ସଫଳତା ମିଳିବ, ଆଂଶିକ ଧନପ୍ରାପ୍ତି ଯୋଗ, ମନ ପ୍ରଫୁଲ୍ଲ ରହିବ । ଶରୀର ସୁସ୍ଥ ରହିବ । ମିଥ୍ୟା ଅପବାଦ ପାଇପାରନ୍ତି, ସତର୍କ ରହିବେ । ନୂତନ ଧାତୁ ଦ୍ରବ୍ୟଯୋଗ ଅଛି ।

ଶୁଭରଙ୍ଗ : ସୁନେଲି, କମଳା

କନ୍ୟା :ଷଷ୍ଠଚନ୍ଦ୍ର । କର୍ମକ୍ଷେତ୍ରରେ ଉଚ୍ଚପଦ ପ୍ରାପ୍ତିହେବ, ବ୍ୟବସାୟରେ ଉନ୍ନତି ହେବ, ରାଜନୀତି ଓ କର୍ମକ୍ଷେତ୍ରରେ ଶତ୍ରୁ ଭୟ ଲାଗି ରହିବ । ଦୁଶ୍ଚିନ୍ତା ଘଟିପାରେ, ଜମିଜମା କାର୍ଯ୍ୟରେ ବିବାଦ ହୋଇପାରେ । ନୂତନ କାର୍ଯ୍ୟ କରିବା ପାଇଁ ଭାବିପାରନ୍ତି । ଗୃହେ ଆନନ୍ଦ, ଋଣ ମୁକ୍ତ ହୋଇପାରନ୍ତି । ପରିବାରରେ ହଠାତ୍ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍ ମାନଙ୍କ ଆଂଶିକ ଉନ୍ନତି ହୋଇପାରେ ।

ଶୁଭରଙ୍ଗ : ସବୁଜ, ଆକାଶିଆଓ ଖଇରିଆ

ତୁଳା:ପରିବାର କିମ୍ବା ସାଙ୍ଗସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ । ବନ୍ଧୁମାନେ ବିପଦରେ ଅସହଯୋଗ କରିପାରନ୍ତି । ମହିଳା ମାନେ ମାନସିକ ଅଶାନ୍ତିରେ ରହିବେ । ପୁତ୍ର ଦୁହିତାଙ୍କ ଚିନ୍ତା ଲାଗି ରହିବ । ଶରୀର ପ୍ରତିସତର୍କତା ଅବଲମ୍ବନ କରିବେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିପାରେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ସାହସିକ ପଦକ୍ଷେପ ନେବେ ।

ଶୁଭରଙ୍ଗ : ଆକାଶିଆ, ଗୋଲାପି ଓ ଧଳା

ବିଛା :କର୍ମକ୍ଷେତ୍ରରେ ସାମାନ୍ୟ ବାଧା ଘଟିପାରେ । ପରିବାରରେ ଅଶାନ୍ତି, କାର୍ଯ୍ୟରେ ବାଧା ଘଟିପାରେ । ମାନସିକ ଅଶାନ୍ତି, ନିଜ ଶରୀର ପ୍ରତି ସତର୍କ ରହିବେ। ଯାନବାହନ ପ୍ରତିସତର୍କତା ଅବଲମ୍ବନ କରିବେ । ଧୈର୍ଯ୍ୟ ରଖିବେ । ବାପା, ମା’ ଓ ଗୁରୁଜନ ମାନଙ୍କ ସେବା କରିବେ । ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ହଠାତ୍ କିଛି ଅଘଟଣ ଘଟିପାରେ । କ୍ରୀଡ଼ା ବିତ୍ ମାନେ ଆଶାତୀତ ସଫଳତା ପାଇବେ ।

ଶୁଭରଙ୍ଗ : ଧଳା ଓ ନାଲି

ଧନୁ :ତୃତୀୟଚନ୍ଦ୍ର, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନଙ୍କ ପରିଶ୍ରମରେ ଶୁଭଫଳ ମିଳିବ । ଗୃହେ ଆନନ୍ଦ, ମିଷ୍ଠାନ ଭୋଜନ ପ୍ରାପ୍ତିହେବ । ନୂତନ ଦ୍ରବ୍ୟଲାଭ, ଅର୍ଥପ୍ରାପ୍ତି, ହଜି ଯାଇପାରେ ଦ୍ରବ୍ୟଲାଭ, ଶୁଭକର୍ମରେ ଯୋଗଦାନ ଦେଇ ପାରିବେ । ମାନସିକ ଅଶାନ୍ତି ରହିପାରେ । ବନ୍ଧୁ ସାହାଯ୍ୟ ମିଳିପାରେ । ପାରିବାରିକ ଶାନ୍ତି, ଅଯଥା ଖର୍ଚ୍ଚ ଯୋଗ ଅଛି, ମନୋବଳ ବୃଦ୍ଧି ହେବ ।

ଶୁଭରଙ୍ଗ : ଧଳା ଓ କମଳା

ମକର :ଦ୍ୱିତୀୟ ଚନ୍ଦ୍ର, ଘାତବାର, ମକରରାଶିର ଘାତବାର, ମଙ୍ଗଳବାର, କାର୍ଯ୍ୟରେ ବିଳମ୍ବ ଘଟିପାରେ । ଅଯଥା ସମସ୍ୟା ଦେଖାଦେଇ ପାରେ । ମାନସିକ ଅଶାନ୍ତି, ଶରୀର ପ୍ରତି ସତର୍କ ରହିବେ । ମନ ବ୍ୟାକୁଳ ରହିବ, ସୁସମ୍ବାଦ ମିଳିପାରେ, ଯାତ୍ରା ନିଷେଧ, ଶରୀର ଆଘାତ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବାର ଯୋଗ ଅଛି । କିଛି କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବେ ।

ଶୁଭରଙ୍ଗ: କଳା ଓ ଖଇରିଆ

କୁମ୍ଭ :ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର । ନୂତନ ଦ୍ରବ୍ୟକ୍ରୟ କରିପାରନ୍ତି । ଶୁଭକର୍ମ କରିପାରନ୍ତି । ସମ୍ମାନ ପ୍ରାପ୍ତି, ଆର୍ଥିକ ଉନ୍ନତି, ବାଣିଜ୍ୟ ବ୍ୟବସାୟରେ ଲାଭ, ମାନସିକ ଶାନ୍ତ, ଦୂର ଯାତ୍ରା କରିପାରନ୍ତି । ମନ ପ୍ରଫୁଲ୍ଲ ରହିବ । ଶରୀର ସୁସ୍ଥ ରହିବ । ଗୃହେ ଆନନ୍ଦ, ସୁମିଷ୍ଟ ଭୋଜନ ପ୍ରାପ୍ତି ହେବ । ଅଧିକ ଆତ୍ମବିଶ୍ୱାସ ରଖିବେ ନାହିଁ । ସତର୍କ ରହିବେ ।

ଶୁଭରଙ୍ଗ : ବାଇଗଣୀ, ଧଳା ଓ ନୀଳ

ମୀନ :ମାନସିକ ଅଶାନ୍ତି, ଅନାବଶ୍ୟକ ଖର୍ଚ୍ଚର ଯୋଗର ହିଛି । ସାମାନ୍ୟ ମୁଣ୍ଡବିନ୍ଧା ଏବଂ ଶରୀର ପୀଡ଼ା ଦେଖାଯାଇପାରେ । ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ ଦେଇପାରନ୍ତି । ଧନପ୍ରାପ୍ତିର ଯୋଗଅଛି । ଦୂର ଯାତ୍ରା କରିପାରନ୍ତି । ଧନପ୍ରାପ୍ତିର ଯୋଗ ଅଛି। ଦୂର ଯାତ୍ରା କରିପାରନ୍ତି । କର୍ମରେ ଉନ୍ନତି ହେବେ । ସାମାନ୍ୟ ବାଧା ଘଟିପାରେ । ଗୃହେ ଆନନ୍ଦ ।

ଶୁଭରଙ୍ଗ : ହଳଦିଆ ଓ ଗୋଲାପି

ଅଧର୍ମରେ ଅର୍ଜିତ ପର ଧନ, କର୍ମଚକ୍ରରେ ଦିନେ ସର୍ବନାଶ ଆଣିଥାଏ ।

ଜ୍ୟୋତିର୍ବିଦ୍: ଅନାମିକା : ୯୭୭୭୭୧୧୭୩୩