ମେଷ : ଦ୍ୱିତୀୟ ଚନ୍ଦ୍ର, ପୂର୍ଣ୍ଣିମାତିଥି, ଗୁରୁବାର ଓ ରବି, ଚନ୍ଦ୍ର ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ । ଆକସ୍ମିକ ଧନଲାଭ, କୌଣସି ବିଶେଷସୂତ୍ରରୁ ଧନପ୍ରାପ୍ତି ଏବଂ ହୃତଧନ ଫେରି ପାଇବେ । ଧନର ସତ୍ବିନିଯୋଗ କରିବେ ଏବଂ ଆୟର କିଛି ଅଂଶ ସଂଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁ ମାନଙ୍କର ଅଶ୍ୱିନୀ ଓ କୃତ୍ତିକାମେଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍ଭର, ସଂଖ୍ୟା : ୧୧, ଆରାଧନା : ପ୍ରଭୁସ୍କନ୍ଦ।
ବୃଷ : ଶ୍ରୀଚନ୍ଦ୍ର, ପୂର୍ଣ୍ଣିମାତିଥି ଯୋଗୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତିହେବ । ଆମୋଦ ପ୍ରମୋଦ, ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମନ ପ୍ରସନ୍ନ ରହିବ ଏବଂ ଦେହ, ମନ ସୁସ୍ଥ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଫି,ସଂଖ୍ୟା : ୪, ଆରାଧନା : ପ୍ରଭୁଶ୍ରୀରାମ ।
ମିଥୁନ : ଦ୍ୱାଦଶଚନ୍ଦ୍ର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକସ୍ଥିତି ବିଗିଡ଼ିଯିବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ଗ୍ରହଣ କରିବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଅପବ୍ୟୟ, ଅପବାଦ, ଅପଯଶର ଶିକାର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁ ମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ, ସେମାନେ ସତର୍କ ହେବେ । ଶୁଭରଙ୍ଗ:ମେରୁନ୍,ସଂଖ୍ୟା : ୧୨, ଆରାଧନା: ମା’ ତ୍ରିପୁରସୁନ୍ଦରୀ ।
କର୍କଟ : ଏକାଦଶ ଚନ୍ଦ୍ର, ଗୁରୁବାର, ସକାଳ ୮ଟା ୩୮ ମିନିଟ୍ ପରେ ପୂର୍ଣ୍ଣିମାତିଥି ଓ ରବି,ଚନ୍ଦ୍ରଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧନ ଓ ଧ୍ୟାନ ଉଭୟ ବିନିଯୋଗ କରିବେ ତଥା ବିଦେଶ ଯାତ୍ରାର ସୁଯୋଗ ଜୁଟିବ କିମ୍ବା ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛିମାତ୍ରାରେ ସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ପୁଷ୍ୟା କର୍କଟ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ସିଲ୍ଭର, ସଂଖ୍ୟା : ୩, ଆରାଧନା : ଭଗବାନ ଶିବ ।
ସିଂହ : ଦଶମଚନ୍ଦ୍ର, ଗୁରୁବାର ଓ ରବି, ଚନ୍ଦ୍ରଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ କର୍ମରେ ଉନ୍ନତି ଓ କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବ । ସମସ୍ତ ଅଟକିଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା : ୬, ଆରାଧନା : ପ୍ରଭୁସ୍କନ୍ଦ ।
କନ୍ୟା: ଶୁକ୍ଳପକ୍ଷର ନବମ ଚନ୍ଦ୍ର ଓ ଅପରାହ୍ଣ ୨ଟା ୫୪ ମିନିଟ୍ପରେ ଚନ୍ଦ୍ରଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ୍ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି, ବ୍ୟବସାୟରେ ପ୍ରଗତି ଏବଂ କୌଣସିସଭା କିମ୍ବା ସଙ୍ଗଠନର ନେତୃତ୍ୱ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ଚିତ୍ରାକନ୍ୟା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ:ସବୁଜ, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।
ତୁଳା : ଅଷ୍ଟମଚନ୍ଦ୍ର, ଘାତବାର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍, ଇଲେକ୍ଟ୍ରିକ ଦ୍ରବ୍ୟବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ ଏବଂ ଆର୍ଥିକସ୍ଥିତି ବିଗିଡ଼ିଯିବ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତକର୍ମ କଣ୍ଟକ ସଦୃଶମନେ ହେବ । ଯେଉଁ ମାନଙ୍କର ସ୍ୱାତୀ ଓ ବିଶାଖା ତୁଳା, ସେମାନେ ସତର୍କ ହେବେ । ଶୁଭରଙ୍ଗ :ନୀଳ, ସଂଖ୍ୟା :୬, ଆରାଧନା : ମା’ କମଳା ।
ବିଛା : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଦାମ୍ପତ୍ୟ ଜୀବନରେ ଝଡ଼ର ସୂତ୍ରପାତ ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ କିମ୍ବା ପରିଚିତ ମହିଳାଙ୍କ ଠାରୁ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ମହିଳା ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁ ମାନଙ୍କର ଜ୍ୟେଷ୍ଠା ବିଛା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁହନୁମାନ ।
ଧନୁ : ଷଷ୍ଠଚନ୍ଦ୍ର, ଗୁରୁବାର ଓ ରବିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ରୋଗ, ଋଣ, ଶତ୍ରୁ-ଏଥିରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ, ମନ ସୁସ୍ଥ ରହିବ । ପୁରାତନ ରୋଗରୁ ଆରୋଗ୍ୟ ହେବାର ସହଜ ଉପାୟ ମିଳିବ ଏବଂ ଶତ୍ରୁ ମାନେ ମିତ୍ରତାର ହାତ ବଢ଼ାଇବେ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁ ମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।
ମକର : ପଞ୍ଚମ ଚନ୍ଦ୍ର ଓ ପୂର୍ଣ୍ଣିମାତିଥି ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ନୂତନ ବିଦ୍ୟା ଓ କଳା ପ୍ରତି ମନରେ ଆଗ୍ରହ ସୃଷ୍ଟି ହେବ । ସନ୍ତାନ ମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କର ଶିକ୍ଷା, ଦୀକ୍ଷା ଓ କର୍ମରେ ଉନ୍ନତି ଆସିବ । ପିତାମାତାଙ୍କ କୃପା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ପଡ଼ୋଶୀଙ୍କ ସହସମ୍ପର୍କ ନିବିଡ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ଅପରାହ୍ଣ ୨ଟା ୫୪ ମିନିଟ୍ପରେ ଘାତଚନ୍ଦ୍ର ଯୋଗୁ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ଯେଉଁ ମାନଙ୍କର ଉତ୍ତରା ଷାଢ଼ା ଓ ଧନିଷ୍ଠାମକର, ସେମାନେ ସୁଫଳ ପାଇବେ ।ଶୁଭରଙ୍ଗ :କଳା, ସଂଖ୍ୟା : ୩, ଆରାଧନା : ମା’ ବିମଳା ।
କୁମ୍ଭ : ଘାତବାର ଓ ଚତୁର୍ଥ ଚନ୍ଦ୍ରଯୋଗୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଯାନବାହନ ଆରୋହଣକାଳରେ ସତର୍କତା ଅବଲମ୍ବନ କରିବେ ଏବଂ ପଦସ୍ଥ ଅଧିକାରୀ, ଗୁରୁଜନ ଓ ରାଜନୈତିକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ଯଥା ସମ୍ବବବାକ୍ସଂଯମତା ରକ୍ଷା କରିବେ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଘଟିବ । କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁ ମାନଙ୍କର ପୂର୍ବଭାଦ୍ର ଓ ଶତଭିଷା କୁମ୍ଭ, ସେମାନେ ସତର୍କ ହେବେ । ଶୁଭରଙ୍ଗ :ମାଟିଆ, ସଂଖ୍ୟା : ୬, ଆରାଧନା : ମା’ ଚଣ୍ଡୀ ।
ମୀନ : ଦ୍ୱିତୀୟଚନ୍ଦ୍ର, ଗୁରୁବାର ସକାଳ ୮ଟା ୩୮ ମିନିଟ୍ ପରେ ପୂର୍ଣ୍ଣିମାତିଥି ଏବଂ ରବି ଓ ଚନ୍ଦ୍ର ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷପୂର୍ଣ୍ଣ ହେବ । ମନରେ ପ୍ରସନ୍ନତା, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ଭାଇଭଉଣୀଙ୍କ ସାହାଯ୍ୟ ଓ ସହଯୋଗ ମିଳିବ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମ ତତ୍ପରତା, କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ଯେଉଁ ମାନଙ୍କର ଉତ୍ତର ଭାଦ୍ର ଓ ରେବତୀ ମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।