ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ସୋମବାର ରାଶିଫଳ: ଜାଣନ୍ତୁ କ’ଣ କହୁଛି ଆପଣଙ୍କ ଭାଗ୍ୟ...

Published By : Prameya | January 12, 2025 10:23 PM

ମେଷ : ତୃତୀୟ ଚନ୍ଦ୍ର, ସୋମବାର, ପୂର୍ଣ୍ଣିମାତିଥି ଏବଂ ସକାଳ ୧୦ଟା ୩୮ ମିନିଟ୍‌ ପରେ ବୃହସ୍ପତିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷପୂର୍ଣ୍ଣ ହେବ ଏବଂ ସମସ୍ତ ଅସମ୍ପୂର୍ଣ୍ଣ କର୍ମ ପୂର୍ଣ୍ଣ ହେବ । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇ, ଭଉଣୀଙ୍କ ପ୍ରତି ଶ୍ରଦ୍ଧା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଶୀର୍ଷରେ ରହିବ । ଯେଉଁ ମାନଙ୍କର ଦ୍ୱିଜା ମେଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ବୃଷ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ, ହୃତ ଧନ ଫେରି ପାଇବେ । ଖର୍ଚ୍ଚ ଅପେକ୍ଷା ସଂଚୟରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ସଂଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖା ଦେବ । ଯେଉଁ ମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା : ୪, ଆରାଧନା : ମା’ ଗାୟତ୍ରୀ ।

ମିଥୁନ : ଶ୍ରୀଚନ୍ଦ୍ର, ଘାତବାର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀ, ସହଯୋଗୀ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ସମସ୍ତ ସାହାଯ୍ୟ, ସହଯୋଗ ପ୍ରାପ୍ତ କରିବେ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ  ଅତି ଉତ୍ତମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ଆର୍ଦ ମିଥୁନ, ସେମାନେ ସୁଫଳ ପାଇବେ ।ଶୁଭରଙ୍ଗ : ମେରୁନ୍‌, ସଂଖ୍ୟା : ୧୨, ଆରାଧନା : ମା’ ଷୋଡ଼ଶୀ ।

କର୍କଟ : ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଏବଂ ଅପଯଶର ଶିକାର ହେବେ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ। ଅଯଥା ଖର୍ଚ୍ଚ, ବୃଥା  ଭ୍ରମଣଲାଗି ରହିବ ଏବଂ ସତ୍‌ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ଦେଖା ଦେବ । ଯେଉଁ ମାନଙ୍କର ପୁନର୍ବସୁ କର୍କଟ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଧଳା, ସଂଖ୍ୟା : ୧, ଆରାଧନା : ମା’ ସମଲେଶ୍ୱରୀ ।

ସିଂହ : ଏକାଦଶ ଚନ୍ଦ୍ର, ସୋମବାର ଏବଂ ସକାଳ ୧୦ଟା ୩୮ ମିନିଟ୍‌ ପରେ ବୃହସ୍ପତିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଆୟର ମାର୍ଗ ଅତିଉତ୍ତମ ହେବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ହେବ । ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ ଏବଂ ଉନ୍ନତି ମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁ ମାନଙ୍କର ପୂର୍ବା ଫାଲ୍‌ଗୁନୀ ସିଂହ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ମା’ ମାତଙ୍ଗୀ ।

କନ୍ୟା : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ ଧାବନ କରିବେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଅଧିକହେବଏବଂକର୍ମରେବିଫଳତା ଓ ସମସ୍ତକର୍ମବିବାଦୀୟହେବ । ଯେଉଁ ମାନଙ୍କର ଚିତ୍ରାକନ୍ୟା, ସେମାନେ ସତର୍କ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।

ତୁଳା: ନବମ ଚନ୍ଦ୍ରଯୋଗୁ ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ଗୁରୁଜନଙ୍କ ପ୍ରତି ସମ୍ମାନ ଏବଂ ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ଆଶା ଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁ ମାନଙ୍କର ସ୍ୱାତୀ ତୁଳା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଧଳା, ସଂଖ୍ୟା : ୪, ଆରାଧନା : ମା’ କମଳା ।

ବିଛା : ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଦ୍ୱିଗୁଣ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁ ମାନଙ୍କର ବିଶାଖା ବିଛା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ମା’ ବଗଳାମୁଖୀ ।

ଧନୁ : ସପ୍ତମ ଚନ୍ଦ୍ର ଯୋଗୁ ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୨, ଆରାଧନା : ମା’ ତାରା ।

ମକର : ଷଷ୍ଠଚନ୍ଦ୍ର ଯୋଗୁ ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ ଓ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ । ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ । ଶତ୍ରୁ ମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶା ଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା ବିଘ୍ନ ଦୂର ହେବ । ଯେଉଁ ମାନଙ୍କର ଉତ୍ତରା ଷାଢ଼ା ଓ ଧନିଷ୍ଠା ମକର, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୩, ଆରାଧନା : ମା’ ଦୁର୍ଗା ।

କୁମ୍ଭ : ପଞ୍ଚମ ଚନ୍ଦ୍ରଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ସନ୍ତାନ ମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମରେ ଗର୍ବ ଅନୁଭବ କରିବେ । ପିତାମାତାଙ୍କ କୃପା ଏବଂ ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁ ମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : କଳା, ସଂଖ୍ୟା : ୬, ଆରାଧନା : ମା’ କାଳୀ ।

ମୀନ : ଚତୁର୍ଥ ଚନ୍ଦ୍ରଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟଓ ପରିବହନରେ କ୍ଷତି ଦେଖା ଦେବ ଏବଂ କର୍ମରେ ବିଫଳତା ଓ ବହୁବିଧ ସମସ୍ୟା ଉପୁଜିବ । ଯେଉଁ ମାନଙ୍କର ରେବତୀ ମୀନ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୯, ଆରାଧନା : ମା’ ତାରା ।

ଜ୍ୟୋତିର୍ବିଦ୍‌: କୈଳାସ ଦାଶ : ୯୪୩୭୧୩୩୪୭୩

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.