ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନି ସବୁଠାରୁ ଶକ୍ତିଶାଳୀ ଗ୍ରହ ହେବା ସହ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଓଲଟା ଚଳନ କରି ବିରାଜମାନ ଅଛନ୍ତି । ଜୁନ୍‌ ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଦଶହରା ପରେ ଶନିଦେବ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ଏହି ସମୟରେ ଶନି ଗ୍ରହ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ଓ ୩ ଅକ୍ଟୋବରରେ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବ..

କର୍କଟ- ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର । ପରିବାର ସହ ଶୁଭ ସମୟ କଟିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନରେ ଖୁସିର ଆଗମନ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଭାଗ୍ୟର ସାଥ୍‌ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଟକି ଥିବା କାମରେ ଲାଭ ମିଳିବ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ ।

କୁମ୍ଭ- ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ନିବେଶରୁ ଲାଭବାନ୍‌ ହେବେ ।

ମୀନ- ଭାଗ୍ୟର ସାଥ୍‌ ମିଳିବ । ଅଟକି ଥିବା କାମ ପୂରଣ ହେବ । ବ୍ୟବସାୟରୁ ମଧ୍ୟ ଲାଭ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।