ପ୍ରମୂଖ ଖବର
  • କଟକ : ଆଉ କିଛି ଘଣ୍ଟାର ଅପେକ୍ଷା, ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକ ପୋଡ଼ି ଘଟଣା, ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...

Published By : Harapriya Sethi | August 16, 2025 6:59 AM

ମେଷ: ବହୁ ବିଦ୍ୟା ପାରଙ୍ଗମ ହୋଇଥିଲେ ମଧ୍ୟ ଯଦି ଲୋକଟି ଦୁର୍ଜନ ହୋଇଥାଏ ତେବେ ତା’ର ସଙ୍ଗ ପରିତ୍ୟାଗ ତୁରନ୍ତ କରିବା ଉଚିତ୍‌। ବିଦେଶ ଯିବାରେ ବିପଦର ସମ୍ମୁଖୀନ ହେବେ। ଦାନ କରିପାରନ୍ତି।

ବୃଷ: ପତ୍ନୀ ରୂପବତୀ ହୋଇପାରନ୍ତି। ଶାନ୍ତ, ଶିଷ୍ଟ ଗୁଣଯୁକ୍ତା ହେବେ। ପତିବ୍ରତା ହେବେ। ଆଚାର, ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ଲଜ୍ଜାଶୀଳା ହେବେ। ଦେବ, ବ୍ରାହ୍ମଣ ଭକ୍ତିଯୁକ୍ତ ହୋଇପାରନ୍ତି। କର୍ମଠ ହେବେ।

ମିଥୁନ: ପତ୍ନୀଙ୍କ ପାଇଁ ଅନ୍ୟ ଲୋକଙ୍କ ବୈରୀ ହୋଇପାରନ୍ତି। ସାମାଜିକ ସ୍ତରରେ ଜଣେ ଦୁଷ୍ଟ ବ୍ୟକ୍ତିଭାବେ ପରିଗଣିତ ହୋଇପାରନ୍ତି। ବ୍ୟବସାୟରେ ଲାଭଖୋର୍‌ ମନୋବୃତ୍ତିର ହେବେ। ନୀଚାନୁରକ୍ତ ହେବେ।

କର୍କଟ: ପୁତ୍ରମାନେ ପ୍ରସିଦ୍ଧି ଲାଭ କରି କୁଳ ମର୍ଯ୍ୟାଦା ରକ୍ଷା କରିବେ। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ମହାନୁଭବ ବ୍ୟକ୍ତିବିଶେଷ ହୋଇପାରନ୍ତି। ଧନବାନ୍‌ ହେବେ। ବିନୟାବନତ ହେବାର ସୂଚନା ମିଳୁଛି।

ସିଂହ: ହଠାତ୍‌ ସୁଖର ଅଧିକାରୀ ହୋଇପାରନ୍ତି। କୁମିତ୍ରମାନଙ୍କୁ ପରିତ୍ୟାଗ ନକଲେ ଦାରିଦ୍ର୍ୟତା ଭୋଗ କରିବାକୁ ପଡ଼ିବ। ପ୍ରଥମେ ଅଜଣା ବ୍ୟକ୍ତିକୁ ପରୀକ୍ଷା କରି ମିତ୍ରତା ଆଚରଣ କରିବାକୁ ହେବ। ଦାନ କରିପାରନ୍ତି।

କନ୍ୟା: ପତ୍ନୀ, ସହକର୍ମିଣୀ ଓ ସହଧର୍ମିଣୀର ଭାର ବହନ କରିବେ। ସେ ଧର୍ମରତ ଓ ଗୁରୁଭକ୍ତ ହେବେ। ଆଚରଣ ଶୁଦ୍ଧ ହେବ। ସ୍ବଭାବ ସୁଲଭ ଗୁଣରେ ପଡ଼ୋଶୀମାନଙ୍କ ସହିତ ସୁସମ୍ପର୍କ ରଖିବେ।

ତୁଳା: ବ୍ୟବସାୟରୁ ପ୍ରଚୁର ଧନଲାଭ ସୁଯୋଗ ସୃଷ୍ଟି ହେବ। ପୁତ୍ରଙ୍କଠାରୁ ସ୍ବଳ୍ପ ଧନ ପ୍ରାପ୍ତିର ସୂଚନା ମିଳୁଛି। ଗୁରୁଙ୍କ ଆଶୀର୍ବାଦରୁ ଧନ ପ୍ରାପ୍ତ ହେବେ। କର୍ମକ୍ଷେତ୍ର ଲାଭଦାୟକ ହେବ। କର୍ତ୍ତବ୍ୟନିଷ୍ଠା ଯୋଗଁ ପୁରସ୍କୃତ ହେବେ।

ବିଛା: ଦୁଃସାହସିକ ପଦକ୍ଷେପ ନେଇ ସଂସ୍କାରରତ ହୋଇପାରନ୍ତି। କ୍ଷୁଦ୍ର ବ୍ୟବସାୟ ଲାଭଦାୟକ ହେବ। ନିର୍ଭରଶୀଳ ନ ହୋଇ ସ୍ବାଧୀନଚେତା ଭାବେ ମନପସନ୍ଦର କାର୍ଯ୍ୟ ସମ୍ପାଦନ କରିବେ। କ୍ଷମତାପନ୍ନ ହେବେ।

ଧନୁ: କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ସେବା ପରାୟଣ ମନୋଭାବର ହେବେ। ବ୍ୟବହାର ଭଦ୍ରୋଚିତ ଓ ମାର୍ଜିତ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଦୁର୍ଜନଙ୍କୁ ପରିତ୍ୟାଗ କରିବେ।

ମକର: ନୌବାଣିଜ୍ୟରୁ ଧନଲାଭ ହେବ। ଜଳଯାନ ନିର୍ମାଣ କରି ବିକ୍ରୟଲବ୍ଧ ଧନରେ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ସରକାରୀ ଚାକିରିରେ କୁଟୁମ୍ବ ପ୍ରତିପୋଷଣ କରିବା ସହିତ ସଞ୍ଚାୟାଭିମୁଖୀ ହୋଇପାରନ୍ତି।

କୁମ୍ଭ: କୁଳୋଚିତକର୍ତ୍ତା ହେବାର ସୂଚନା ମିଳୁଛି। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ଦ୍ବିଜାନୁରକ୍ତ ହେବାର ନିଷ୍ପତ୍ତିରେ ଅଟଳ ମହାମେରୁ ପାଲଟି ଯାଇପାରନ୍ତି। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ପ୍ରକୃତିର ହେବେ।

ମୀନ: ଧର୍ମକାରୀ ହେବାର ସୂଚନା ମିଳୁଛି। ଯଜ୍ଞ କର୍ମ ସମ୍ପାଦନ ପାଇଁ ମନ ବଳାଇ ପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ତୀର୍ଥଯାତ୍ରା ପାଇଁ ମନ ବଳାଇବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.