ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସଟ୍‌ ସର୍କିଟ୍‌ରୁ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ଗାଡ଼ି

Published By : Harapriya Sethi | December 9, 2024 12:12 PM

ସୁନ୍ଦରଗଡ, ୦୯/୧୨: ବିଳମ୍ୱିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ସଟ୍‌ ସର୍କିଟ୍‌ ହୋଇ ଜଳିଗଲା ୪ ସ୍କୁଟି ଏବଂ ଗୋଟିଏ ବାଇକ୍‌ ସହ ସାଇକେଲ । ସୁନ୍ଦରଗଡ ଜିଲ୍ଲା ସରକାରୀ ମହାବିଦ୍ୟାଳୟ ରାସ୍ତାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସରକାରୀ ମହାବିଦ୍ୟାଳୟ ରାସ୍ତାରେ ଜଣକ ଘରେ ବିଳମ୍ୱିତ ରାତିରେ ଏକ ଓଲା କମ୍ପାନୀର ବ୍ୟାଟେରୀ ଗାଡିକୁ ତାର ମାଲିକ ଚାର୍ଜରେ ବସାଇ ଶୋଇ ପଡ଼ିଥିଲେ । ଏହି ସମୟରେ ପ୍ରଥମେ ବ୍ୟାଟେରୀ ସ୍କୁଟିଟି ଜଳି ଯାଇଥିଲା । ପରେ ପାଖରେ ଥିବା ଆଉ ୩ଟି ସ୍କୁଟି ଏବଂ ଏକ ବାଇକ୍‌ ସହ ଏକ ସାଇକେଲ ମଧ୍ୟ ଜଳି ଯାଇଥିଲା । ଗାଡ଼ିଗୁଡ଼ିକ ଜଳୁଥିବା ଦେଖି ସେହି ରାସ୍ତାରେ ଯାଉଥିବା ଜଣେ ଗାଡ଼ିର ଡ୍ରାଇଭର ସେଠାରେ ଅଟକି ପ୍ରଥମେ ଘର ମାଲିକଙ୍କୁ ଖବର ଦେଇଥିଲେ । ଏହା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବ୍ୟାଟେରୀ ଗାଡ଼ିର ଚାର୍ଜ ସମୟରେ ସଟ୍‌ ସର୍କିଟ୍‌ ହୋଇ ଏହି ଅଘଟଣ ଘଟିଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡରେ ଘରର ଆଉ କିଛି କ୍ଷତି ହୋଇନଥିବା ଜଣା ପଡିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.