ନୂଆଦିଲ୍ଲୀ ୧୭/୦୭: ଲୋକାୟୁକ୍ତ ଅଧିକାରୀମାନେ ବେଙ୍ଗାଲୁରୁର କାଲାବର୍ଗୀ ସ୍ଥିତ ଏକ ହସ୍ପିଟାଲ  ଗସ୍ତ କରିଥିଲେ । ଗସ୍ତରେ ସେମାନେ ଅବହେଳାର ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ପାଇଲେ । ହସ୍ପିଟାଲର ଅସ୍ୱଚ୍ଛ ୱାର୍ଡ ଓ ଶୌଚାଳୟ, ଡାକ୍ତରଙ୍କ ଅନୁପସ୍ଥିତି ସେମାନଙ୍କୁ ଚକିତ କଲା । ଖାସ୍‌କଥା ହେଉଛି ହସ୍ପିଟାଲର ଓପିଡି ରେଜିଷ୍ଟର୍‌ରେ ଲେଖାଯାଇଥିବା  ଏକ ଫିଲ୍ମର ଗୀତ  ଦେଖି ଲୋକାୟୁକ୍ତ  ଏସ୍‌ପି ସିଦ୍ଦରାଜୁ  ଅତ୍ୟନ୍ତ କ୍ଷୁବ୍ଧ ହେଲେ ।  

ବୁଧବାର ସକାଳେ  ମଧ୍ୟାହ୍ନ ଭୋଜନ ଖାଇବା  ପରେ କିଛି ପିଲା ଅସୁସ୍ଥ  ହୋଇପଡ଼ିଥିଲେ ।  ସେମାନଙ୍କୁ କାଲାବର୍ଗୀର ଜେଭର୍ଗି ଟାଉନ୍‌ରେ ସ୍ଥିତ ୧୫୦ ଶଯ୍ୟାବିଶିଷ୍ଟ ତାଲୁକ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲ ଗସ୍ତରେ ଅସିଥିବା ଲୋକାୟୁକ୍ତ  ଅଧିକାରୀମାନେ ହସ୍ପିଟାଲର ୱାର୍ଡ, ଶୌଚାଳୟ ଓ ପାନୀୟ ଜଳ ୟୁନିଟ୍‌କୁ ଅସ୍ୱଚ୍ଛ  ଅବସ୍ଥାରେ ଦେଖିବାକୁ ପାଇଲେ । ଅନେକ ଡାକ୍ତର ଡ୍ୟୁଟିରେ ନ ଥିଲେ । ଜଣେ  କର୍ମଚାରୀ ହସ୍ପିଟାଲର ଓପିଡି ରେଜିଷ୍ଟର୍‌ରେ ଏକ ଭଜନ ଲେଖିଥିଲେ । ତାଙ୍କର  ଏଭଳି ଦାୟିତ୍ୱହୀନ କାର୍ଯ୍ୟକୁ ଲୋକାୟୁକ୍ତ ନିନ୍ଦା କରିବା ସହିତ ଏ ମାମଲାରେ  ବିସ୍ତୃତ ରିପୋର୍ଟ ଖୁବ୍‌ଶୀଘ୍ର ଜାରି ହେବ ବୋଲି କହିଛି ।