ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ

Published By : Harapriya Sethi | October 10, 2024 11:58 AM

ଢେଙ୍କାନାଳ,୧୦/୧୦: ଢେଙ୍କାନାଳ ସହର ମହିଷାପାଟ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ନିର୍ମାଣାଧୀନ ପାଞ୍ଚ ମହଲା କୋଠାର ଛାତ ଓ ଖମ୍ବ ଭୁଶୁଡ଼ି ପଡ଼ିଛି । ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ସୁଧାଂଶୁ ରାଉତ (୩୫) ଏବଂ ଗୁରୁତର ଦ୍ୱୟ ହେଲେ ସମରେନ୍ଦ୍ର ରାଉତ ଓ କୈଳାସ ଚନ୍ଦ୍ର ରାଉତ । ସମସ୍ତଙ୍କ ଘର ଢେଙ୍କାନାଳ ସଦର ଥାନା ଖୁଣ୍ଟୁଝରି ଗାଁରେ । ଗୁରୁତର ଶ୍ରମିକଦ୍ୱୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ କୈଳାସଙ୍କ ୨ଟି ଯାକ ହାତ ଅଧାରୁ ଛିଡ଼ି ପଡ଼ିଛି । ଏକାଧିକ ଶ୍ରମିକ କଂକ୍ରିଟ୍‌ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । 

ପୁଲିସ ଓ ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ରହିଥିବା ବେଳେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏନ୍‌ଡିଆର୍‌ଏଫ୍‌ର ସନ୍ଧାନୀ କୁକୁର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ସୂଚନା ଅନୁସାରେ, ଢେଙ୍କାନାଳ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମହିଷାପାଟଠାରେ ଇଡ୍‌କୋ ଜମି ଲିଜ୍‌ରେ ନେଇ ପ୍ରାୟ ୪ ବର୍ଷ ହେଲା ଏକ ହୋଟେଲ୍‌ କୋଠା ନିର୍ମାଣ କରୁଛନ୍ତି । ହୋଟେଲର ସମ୍ମୁଖ ଭାଗର ଡିଜାଇନ୍‌ ଅନୁସାରେ ୪ଟି ସୁଉଚ୍ଚ ଖମ୍ବ ସହ ୨ ମହଲାରୁ ଛାତ ପଡ଼ୁଥିଲା । ଅପରାହ୍ଣ ବେଳକୁ ପ୍ରାୟତଃ ଛାତ ପଡ଼ିସାରିଥିଲା । ମାତ୍ର ସାଢ଼େ ୪ଟା ବେଳେ ପିଲାର ଭାଙ୍ଗିବା ପରି ଶବ୍ଦ ହୋଇଥିଲା । କାର୍ଯ୍ୟରେ ନିୟୋଜିତ ୨୦ରୁ ଉଦ୍ଧ୍ୱର୍ ଶ୍ରମିକଙ୍କ ମଧ୍ୟରୁ ଅନେକ ତଳକୁ ଡେଇଁପଡ଼ିଥିଲେ । ମାତ୍ର ଛାତ ତଳ ଭାଗରେ ରହିଥିବା ଏବଂ ଉପରେ ରହିଥିବା କିଛି ଶ୍ରମିକ ବାହାରି ପାରିନଥିଲେ । ଖମ୍ବ ମୂଳରୁ ଭାଙ୍ଗିଯିବା ସହ ଛାତ ଭୁଶୁଡ଼ି ପଡ଼ିଥିଲା । 

ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ, ଏସ୍‌ପି ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ସମେତ ପ୍ରାଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛନ୍ତି । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ଅନୁମତି ନେଇ କାମ ହେଉଥିଲା କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.