ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଚାଲିପାରିଲାନି ଗୃହ, ଅପରାହ୍ନ ୧୨ଟା ୯ ଯାଏଁ ମୁଲତବୀ

Published By : Harapriya Sethi | March 24, 2025 11:03 AM

ଭୁବନେଶ୍ୱର, ୨୪/୦୩: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ହେଲେ ଆଜି ବି ଚାଲିପାରିଲାନି ଗୃହ, ଧୋଇଗଲା ପ୍ରଶ୍ନକାଳ। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ସୋମବାର ଗୃହ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଏବଂ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି । ଅପରାହ୍ନ ୧୨ଟା ୯ ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢୀ । 

ସୂଚନା ମୁତାବକ, ସୋମବାର ଗୃହ ଆରମ୍ଭ ହେବା ମାତ୍ରେ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ଗୃହର ମଧ୍ୟ ଭାଗରେ ଘଣ୍ଟ ଏବଂ ଗିନି ବଜାଇ ନାରାବାଜି କରିଥିଲେ । ସେପଟେ ଶିକ୍ଷା ଓ ନିଯୁକ୍ତିରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଥିଲେ ବିଜେଡି ସଦସ୍ୟ । ଗୃହ ମଧ୍ୟଭାଗକୁ ଆସି ନାରାବାଜି ସହ ହୋହାଲ୍ଲା କରିଥିଲେ ଉଭୟ ବିରୋଧୀ ଦଳ । ଏହି ସମୟରେ ବାଚସ୍ପତି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ନିଜ ନିଜ ସିଟ୍‌ରେ ବସିବାକୁ ଅନୁରୋଧ କରିଥିଲେ । ହେଲେ ଉଭୟ ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୧୨ଟା ୯ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । 

ସେପଟେ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୁର୍ତ୍ତି ତଳେ ଠିଆ ହୋଇ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ। ବିଜେଡି ମଧ୍ୟ ବିଧାନସଭା ପରିସରରେ ଆନ୍ଦୋଳନ ଜାରି ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.