ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜଳିଗଲା ଘର : ଶୀତ କାକରରେ ପର ଘର ବାରଣ୍ଡା ସାଜିଛି ଆଶ୍ରୟସ୍ଥଳ

Published By : Suraj Kumar | January 23, 2025 7:45 PM

ମାଲକାନଗିରି, ୨୩/୧ : ପୋଡିଯାଇଛି ଘର । ତାହା ସହ   ଘରେ ଥିବା ସବୁ  ଆସବାବପତ୍ର  ପୋଡି ପାଉଁଶ ହୋଇଯାଇଛି। ପିନ୍ଧିବା ପାଇଁ ନାହିଁ ଲୁଗା, ଖାଇବା ପାଇଁ ନାହିଁ ଦାନା,ମୁଣ୍ଡ ଗୁଞ୍ଜିବା ପାଇଁ ନାହିଁ ଚାଳ। ଶୀତ କାକରରେ ପର ଘର ବାରଣ୍ଡା ଅଗ୍ନି ବିପନ୍ନ  ପରିବାରର ପାଲଟିଛି  ଆଶ୍ରୟସ୍ଥଳ।   ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା  ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନୂଆଗୁଡା ପଞ୍ଚାୟତର ରାମଗୁଡା  ଗ୍ରାମରେ।

୧୮ ତାରିଖ ରାତିରେ  ଘରେ ବୁଢୀ ମା’ଙ୍କ ସହ ଆଉ ୪ଟି ପିଲାଙ୍କୁ ଧରି  କେଲେ ଚିଲିକମା ଶୋଇଥିଲେ । ଶୀତ ପ୍ରକୋପରୁ ରକ୍ଷା ପାଇଁ ଘରେ  ନିଆଁ ଜାଳି ରଖିଥିଲେ। ରାତିରେ ହଠାତ ଘରେ ନିଆଁ ଲାଗି  ଯାଇଥିଲା । ନିଆଁ ଘରେ ଲାଗିଥିବା ଦେଖି ଗ୍ରାମବାସୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଘରେ ଥିବା ଧାନ ଚାଉଳ, ଲୁଗାପଟା ଆଧାର କାର୍ଡ ଆସବାପତ୍ର ସବୁ କିଛି ଜଳି ପାଉଁଶ ହୋଇଯାଇଥିଲା। 

୨୨ ତାରିଖରେ ରାଜସ୍ୱ ନିରିକ୍ଷକ ଓ ଅତିରିକ୍ତ ତହସିଲଦାର ପୀଡିତାଙ୍କ ଘର ପରିଦର୍ଶନ କରି ସମସ୍ତ ବିଷୟ ବୁଝିଥିଲେ ଓ ପଲିଥିନ ଟିଏ ଯୋଗାଇଦେବକୁ ଆଶ୍ୱାସନା ମଧ୍ୟ ଦେଇଥିଲେ ।   କିନ୍ତୁ ଘଟଣାକୁ ଦୀର୍ଘ ୬ଦିନ ବିତିଯାଇଥିଲେ ବି କିଛି ସରକାରୀ ସହାୟତା ମିଳିନଥିବାର ଚେଲାମା ଅଭିଯୋଗ କରିଛନ୍ତି। ଆଧାର କାର୍ଡ୍, ରେସନ କାର୍ଡ୍ ଏପରିକି ପାସ୍ ବୁକ୍ ଓ ଜମିପଟା ପରି ଅନେକ ଦରକାରୀ କାଗଜପତ୍ର ମଧ୍ୟ ନିଆଁରେ ଜଳି ନଷ୍ଟ ହୋଇଯାଇଛି।

ଏ ବିଷୟରେ ଉପଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜନପ୍ରତିନିଧି, ବିଧାନସଭା ସଦସ୍ୟଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅବଗତ କରାଯାଇଛି। ପୀଡିତା ଓ ତାଙ୍କ ପରିବାର ନିକଟ ଘର ପିଣ୍ଢା ଓ ଗଛମୂଳେ  ଶୀତ କାକରରେ ଆଦରି ପଡିରହିଛନ୍ତି। ଏହି ଅଗ୍ନି ବିପନ୍ନ ପରିବାରଙ୍କୁ ଆସବା ଗୃହ ସହିତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.